
ଭୂବନେଶ୍ୱର,୩୦/୬(ଜିଲ୍ଲା ଖବର) : ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି।
♦ ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ
ଏହା ଲାଗୁ ରହିବ।
♦ ସପ୍ତାହନ୍ତ ସଟ୍ଡାଉନ୍ କେବଳ ୧୦ ଟି ( କ୍ୟାଟେଗୋରି “ବି”) ଜିଲ୍ଲାରେ ଜାରି ରହିବ।
♦ ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କର୍ଫ୍ୟୁ ବଳବତ୍ତର ରହିବ।
♦ ବିବାହ, ବ୍ରତ, ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବ ନିର୍ଦ୍ଦେଶାବଳୀ ବଳବତ୍ତର ରହିବ।
♦ ଛୋଟ ସେଲୁନ୍ ନିର୍ଦ୍ଧାରିତ ସମୟରେ ଖୋଲା ଯାଇପାରିବ। ତେବେ ସ୍ତ୍ରୀ,ପାର୍ଲର ଆଦି ବନ୍ଦ ରହିବ।
♦ ଟୀକାକରଣ, ଟେଷ୍ଟ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ।
♦ ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
♦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ;କ୍ୟାଟେଗୋରି “ଏ” ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ: କ୍ୟାଟେଗୋରି “ବି” ଜିଲ୍ଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ।
ରିପୋର୍ଟ, ସଞ୍ଜୀବ କୁମାର ।


