Monday, November 16, 2026
Home ଆଞ୍ଚଳିକ ବେଆଇନ ଭାବେ ଚାଲିଛି ମୋରମ ଚାଲାଣ ଜବତ ପ୍ରୋକ୍ସଲିନ ମେସିନ,ହଇୱା ଓ ଟ୍ରାକ୍ଟର

ବେଆଇନ ଭାବେ ଚାଲିଛି ମୋରମ ଚାଲାଣ ଜବତ ପ୍ରୋକ୍ସଲିନ ମେସିନ,ହଇୱା ଓ ଟ୍ରାକ୍ଟର

21

ଖୋର୍ଦ୍ଧା,୩୦/୬(ଜିଲ୍ଲା ଖବର) : ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ରାଜ୍ୟସରକାର ଓ ଜିଳ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ମୋରମ ଚାଲାଣ ଦିନକୁ ଦିନ ଖଣି ମାଫିଆଙ୍କର ପାଦୁର୍ଭାବ ବଢିଚାଲିଛି।କରୋନା କଟକଣା ରେ ସବୁଆଡେ ତାଲା ବନ୍ଦ ସମୟରେ କିଛି ଅମାନିଆ ଖଣି ମାଫିଆଙ୍କ ଚୋରା କାରବାର ଜାରି ରଖୁଛନ୍ତି । ଆଜି ପ୍ରଶାସନ ପକ୍ଷରୁ ଜଟଣୀ ବ୍ଳକ ଜାମୁକୋଳି ଛକରେ ଚଢଉ କରାଯାଇ ଏକ ପ୍ରୋକ୍ସଲିନ ମେସିନ,ଏକ ମୋରମ ବୋଝେଇ ହାଇବା ସହିତ ଟ୍ରାକ୍ଟରକୁ ଜବତ !
ଜଟଣୀ ତହସିଲଦାର ତପନ ମହାପାତ୍ର ରାଜସ୍ବ ନିରକ୍ଷକ କପିଳନାଥ ବେହେରା, ଉପରାଜସ୍ବ ନିରକ୍ଷକ ଦିବ୍ୟ ନାୟକ, ପ୍ରମୋଦ କୁମାର ରଣସିଙ୍ଗ ଓ ବିଜୟ କୁମାର ଦାସ ପ୍ରମୁଖ ଜବତ କରିଛନ୍ତି।

ରିପୋର୍ଟ, ସଞ୍ଜୀବ କୁମାର ।