Saturday, October 10, 2026
Home ଆଞ୍ଚଳିକ ସୋନାଲିଙ୍କ ଆରୋଗ୍ୟ ପାଇଁ ଏମସ ନେଲା ଟିମ ହ୍ୟୁମାନିଟି

ସୋନାଲିଙ୍କ ଆରୋଗ୍ୟ ପାଇଁ ଏମସ ନେଲା ଟିମ ହ୍ୟୁମାନିଟି

17

ବାଲିଗୁଡ଼ା, 30/06 {ସୁକାନ୍ତ କୁମାର ତ୍ରିପାଠୀ } : ଫିରିଙ୍ଗିଆ ବ୍ଲକ ବରପଡା ଗ୍ରାମରଦାମ ସାହାଣୀଙ୍କ ଝିଅ ସୋନାଲି ସାହାଣୀ ୨୧ ଗତ ଫେବୃଆରୀ 5 ତାରିଖରେ କୌଣସି ଏକ କାରଣ ରୁ ଶରୀରରେ ନିଆଲଗି ପୋଡ଼ିଯାଇଥିଲା ସେହି ସମୟରେ ଦାମ ସାହାଣୀ ଗୁରୁତର ଅବସ୍ଥାରେ ଝିଅକୁ ପ୍ରଥମେ ଫୁଲବାଣୀ ଓ ତାପରେ ବ୍ରହ୍ମପୁର ଓ ପରେ କଟକ ନେଇ ଚିକିତ୍ସା କରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ କରିବାକୁ କହିବାରୁ ଅର୍ଥ ଅଭାବ ଯୋଗୁ ଘରକୁ ନେଇଆସିଥିଲେ ଏମିତି ରେ ୨ ମାସ ବିତିଯାଇଥିଲା କୌଣସି ସୂତ୍ରରୁ ଟିମ୍ ହ୍ୟୁମାନୀଟି କନ୍ଧମାଳକୁଏ ବିଷୟରେ ଅ ଜଣାଇଥିଲେ । ଖବର ପାଇବାପରେ ଟିମ୍ ର ସଦସ୍ୟ ତାଙ୍କ ବାସଭବନ ରେ ପହଂଚି ଆଲୋଚନା କରିବା ସହିତ ସୋନାଲିଙ୍କ ଚିକିତ୍ସା କରାଇବାକୁ ପ୍ରତିଶୃତି ଦେଇଥିଲେ ଏମ୍ସ ହସ୍ପିଟାଲ ରେ କରାଯିବ ବୋଲି ଟିମ ହ୍ୟୁମାନିଟି ପକ୍ଷରୁ କୁହାଯାଇଛି।ଫଳରେ ସୋନାଲୀ ଙ୍କ ପରୀବାର ସଦସ୍ୟ ଓ ଗ୍ରାମବାସୀ ଖୁସି ଅନୁଭବ କରିବା ସହ କୃତଜ୍ଞତା ଜଣାଇଛନ୍ତି।