Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ଗୋଚ୍ଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ଜବତ 3 ଗିରଫ

କନ୍ଧମାଳ ଗୋଚ୍ଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ଜବତ 3 ଗିରଫ

15

ବାଲିଗୁଡା,30/06 {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲାରେ ଚୋରା ଗଞ୍ଜେଇ କାରବାର ଥମିବାର ନା ନେଉନି। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗଞ୍ଜେଇ ମହଜୁଦ ଥିବା ଖବର ପାଇ ପଲାବୃଡ଼ି ପଞ୍ଚାୟତର ବକତ ପାଇ ଗ୍ରାମରେ ଥାନା ଅଧିକାରୀ ରଣଜିତ କୁମାର ମୁନୀ ଙ୍କ ନେତୃତ୍ଵରେ ପୋଲିସ ସଦଳବଳେ ଚଢ଼ାଉ କରି 7 କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ 3 ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ 3 ଜଣ ହେଲେ ସେହି ଗ୍ରାମ ର ସନ୍ୟାସି ଡିଗଲ, ବୁଦ୍ଧଦେବ ଡିଗଲ ଓ କାଳିଆ କହଁର ବୋଲି ଥାନା ଅଧିକାରୀ ରଣଜିତ କୁମାର ମୁନୀ କହିଛନ୍ତି । ଏନେଇ ପୋଲିସ କେଶ ନଂ. ୪୫/୨୧ରେ ଏକମାମଲା ରୁଜୁ କରିଥିବା ଜଣାପଡିଛି । ଥାନା ଅଧିକାରୀ ଶ୍ରୀ ମୁନୀ ଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଥିବା କୁହାଯାଉଛି ।