Wednesday, October 14, 2026
Home ଆଞ୍ଚଳିକ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା

ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା

16

ବାଲିଗୁଡ଼ା , 30/06 {ସୁକାନ୍ତ କୁମାର ତ୍ରିପାଠୀ } : ଆଜି ସୀତାପଡି ଉଛ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଶିକ୍ଷୟତ୍ରୀ ମୀରାବାଈ ପାଳ ଅବସର କାଳିନ ବିଦାୟୀ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ରେ ଆୟୋଜନ କରାଯାଇଥିଲା | ଶୋକାକୁଳ ପରିବେଶ ମଧ୍ୟରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କାର୍ଯ୍ୟର ସଭାପତି, ଶିକ୍ଷା ସଂଯୋଜକ ପ୍ରଶାନ୍ତ ମହାପାତ୍ର କୋଭିଡ କଟକଣା ନିୟମକୁ ଆଖି ଆଗରେ ରଖି ଉପସ୍ଥିତ ରହି ସଭା ପରିଚାଳନା କରାଯାଇଥିଲା |ଉପସ୍ଥିତ ଥିବା ସମସ୍ତ କର୍ମକର୍ତା ବୃନ୍ଦ ବିଦାୟ ଶିକ୍ଷୟତ୍ରୀ ଙ୍କ ମଙ୍ଗଳ କାମନା ନିମନ୍ତେ ଜଗନ୍ନାଥ ଙ୍କ ଠାରେ ପ୍ରାଥନା କରିଥିଲେ |