Wednesday, November 11, 2026
Home ଆଞ୍ଚଳିକ ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, କୋଭିଡ୍ ପରିଚାଳନା ନେଇ ହୋଇପାରେ ନୂଆ ଘୋଷଣା

ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, କୋଭିଡ୍ ପରିଚାଳନା ନେଇ ହୋଇପାରେ ନୂଆ ଘୋଷଣା

6

ଭୁବନେଶ୍ୱର,୩୦/୦୬/୨୧ (ଜିଲ୍ଲା ଖବର) : ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ।  ଉପରମୁହାଁ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଂଶିକ ଲକଡାଉନ କଟକଣାର ଅବଧୀ ଆସନ୍ତାକାଲି ସକାଳେ ଶେଷ ହେଉଛି ।

ତେଣୁ ଆସନ୍ତାକାଲିଠୁ କ’ଣ ରହିବ ନିୟମାବଳୀ, କେଉଁଠି କଟକଣା କୋହଳ ହେବ ଓ କେଉଁଠି ପୂର୍ବ ପରି ଲାଗୁ ରହିବ ସେ ନେଇ ଆଜି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ । ଏହି ଅବସରରେ ସେ ଜୁଲାଇ ମାସର କୋଭିଡ୍ ପରିଚାଳନା ନେଇ ଘୋଷଣା କରିବେ । ଅପରାହ୍ନ ୨.୩୦ ମଧ୍ୟରେ ମୁଖ୍ୟ ସଚିବ ସମ୍ବୋଧନ କରିବେ ।