
ନୂଆଦିଲ୍ଲୀ,୩୦/୦୬/୨୧ (ଜିଲ୍ଲା ଖବର) : ପୁଣି ଅସୁସ୍ଥ ହୋଇ ପଡିଛନ୍ତି ବଲିଉଡ ଅଭିନେତା ଦୀଲିପ କୁମାର । ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ ଗତ ମଙ୍ଗଳବାର ଦିନ ପୁଣି ତାଙ୍କର ନିଶ୍ବାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ପୂର୍ବ ଅପେକ୍ଷା ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ନେଇ ସୂଚନା ରହିଛି । ତଥାପି ଡାକ୍ତରଙ୍କ ଦେଖାରେଖାରେ ଆଇସିୟୁରେ ରଖା ଯାଇଛି ।
ଏହା ପୂର୍ବରୁ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । କିଛି ଦିନ ତାଙ୍କର ଚିକିସ୍ବା ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।




