
ମୁମ୍ବାଇ,୩୦/୦୬/୨୧ (ଜିଲ୍ଲା ଖବର) : ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍ କୌଶଲଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ବୁଧବାର ଭୋର୍ ୪ଟା ୩୦ରେ ଘରେ ରାଜ୍ଙ୍କୁ ହୃଦ୍ଘାତ ହୋଇଥିଲା। ମେଡ଼ିକାଲ ସହାୟତା ନେବା ପୂର୍ବରୁ ସେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ବଲିଉଡ୍ରେ ଜଣେ ପ୍ରଡ୍ୟୁସର ଏବଂ ଷ୍ଟଣ୍ଟ୍ ନିର୍ଦ୍ଦେଶକ ଭାବେ ରାଜ୍ଙ୍କର ଖ୍ୟାତି ଥିଲା।


