Sunday, November 15, 2026
Home ଆଞ୍ଚଳିକ ଇତିହାସ ରଚିଲେ ଉର୍ବଶୀ ରୌତେଲା

ଇତିହାସ ରଚିଲେ ଉର୍ବଶୀ ରୌତେଲା

20

ନୂଆଦିଲ୍ଲୀ, ୩୦/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ  ନିକଟରେ ‘ସ୍ତ୍ରୀ ଶକ୍ତି ଜାତୀୟ ପୁରସ୍କାର ୨୦୨୧’ରେ ସମ୍ମାନିତ କରାଯାଇଛି  । ମହାରାଷ୍ଟ୍ର ଏବଂ ଗୋଆର ରାଜ୍ୟପାଳ Bhagat Singh Koshyariଏହି ଅଭିନେତ୍ରୀଙ୍କୁ ‘ସ୍ତ୍ରୀ ଶକ୍ତି ଜାତୀୟ ପୁରସ୍କାର ୨୦୨୧’ ସମ୍ମାନରେ ସମ୍ମାନିତ କରିଛନ୍ତି। 

ଯାହାର ଫଟୋ ଏବଂ ଭିଡିଓ ଉର୍ବଶୀ  ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି ।

ଏକ ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଫିଲ୍ମ ଜଗତରୁ ଏହି ସମ୍ମାନ ପାଇଥିବା ସର୍ବକନିଷ୍ଠ ବ୍ୟକ୍ତି ହୋଇଥିବାରୁ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅନୁଭବ କରୁଛି। # STREESHAKTI #NATIONALAWARD ୨୦୨୧ ସହିତ ସମ୍ମାନିତ ହେବାର ଗର୍ବିତ ମୁହୂର୍ତ୍ତ ।‘

କରୋନା ମହାମାରୀ ସମୟରେ ଲକଡାଉନରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଉର୍ବଶୀ ରୌତେଲା । ଏଥି ସହିତ ମୁମ୍ବାଇରେ ଘୂର୍ଣ୍ଣିବଳୟ ଝଡ଼ ତାଉତ୍ ଏବଂ ପ୍ରବଳ ବର୍ଷା ହେତୁ ଅନେକ ଲୋକ ରାସ୍ତା ଉପରକୁ ଆସିଯାଇଥିଲେ। ଯାହାର ସାହାଯ୍ୟ ପାଇଁ ଉର୍ବଶୀ ଆଗକୁ ଆସିଥିଲେ ଏବଂ ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ବଣ୍ଟନ କରିଥିଲେ। ତାଙ୍କର ଏହି ମହାନ୍ କାର୍ଯ୍ୟକୁ ପ୍ରଶଂସକମାନେ ମଧ୍ୟ ପ୍ରଶଂସା କରିଥିଲେ ।