Wednesday, November 11, 2026
Home ଆଞ୍ଚଳିକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ

ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ

9

ଭୁବନେଶ୍ଵର, ୩୦/୦୬/୨୧ (ଜିଲ୍ଲା ଖବର) : ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।

 ଟ୍ଵିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ଗାମ୍ଭୀର୍ଯ୍ୟ ପୂର୍ଣ୍ଣ କଣ୍ଠସ୍ୱର ଏବଂ ଲମ୍ବା ସମୟ ଧରି ସମ୍ବାଦ ପଢ଼ିବାର ଶୈଳି ଲକ୍ଷାଧିକ ଶ୍ରୋତାଙ୍କୁ ଆକୃଷ୍ଟ କରିଥିଲା ।

ବେତାର ସମ୍ବାଦ ପଠନ କ୍ଷେତ୍ରରେ ନୂତନତା ଆଣିଥିବା ଶ୍ରୀ ପାହାଡ଼ସିଂଙ୍କ ବିୟୋଗ ରେଡ଼ିଓ ଜଗତରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।