
୩୦/୦୬/୨୧ (ଜିଲ୍ଲା ଖବର) : କେନ୍ଦ୍ର ଗୃହ ସଚିବଙ୍କ ସବୁ ରାଜ୍ୟକୁ ଚିଠି । କୋରୋନା ସ୍ଥିତି ନେଇ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି । ଆବଶ୍ୟକସ୍ଥଳେ କଣ୍ଟେନମେଣ୍ଟ ଜୋନ କରି କଟକଣା ଅନୁପାଳନ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଏକ ପରାମର୍ଶ ଜାରି କରାଯାଇଛି ।
5 ସୂତ୍ରୀ ଫର୍ମୁଲାକୁ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟ୍, ଭ୍ୟାକ୍ସିନେସନ ଏବଂ ନିୟମ ଅନୁପାଳନକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ ।


