Wednesday, November 11, 2026
Home ଆଞ୍ଚଳିକ ରାଜ୍ୟରେ କମିଛି ବର୍ଷା, ପୁଣି ବର୍ଷିପାରେ..

ରାଜ୍ୟରେ କମିଛି ବର୍ଷା, ପୁଣି ବର୍ଷିପାରେ..

4

୩୦/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ବର୍ଷା କମିଛି। ଦୁର୍ବଳ ହେଉଛି ମୌସୁମି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ସହ ବର୍ଜପାତ ହେବାର ସୂଚନା ରହିଛି। ପୂର୍ବ ଉତ୍ତର ପ୍ରଦେଶ, ଉତ୍ତରପୂର୍ବ ଆସାମ ସହ ବିହାର ଏବଂ ହିମାଳୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ନିମ୍ନଚାପ ରେଖା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ଅନୁଭୂତ ହୋଇପାରେ। ସତର୍କ ରହିବା ପାଇଁ ଉପରୋକ୍ତ ଜିଲାଗୁଡିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂତର୍କ ସୂଚନା ଜାରି କରାଯାଇଛି।

 ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ହୋଇଛି। ଆଗକୁ ୨/୩ଦିନ ପର‌୍ୟ୍ୟନ୍ତ ମୌସୁମି ବାୟୁ ଦୁର୍ବଳ ରହିପାରେ; କିନ୍ତୁ ଜୁଲାଇ ପ୍ରଥମ ସପ୍ତାହର ଶେଷ ବେଳକୁ ମୌସୁମି ସକ୍ରିୟ ହେବ ଓ ଦ୍ବିତୀୟ ସପ୍ତାହରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଆକଳନ କରି କହିଛନ୍ତି।