
ଭୁବନେଶ୍ୱର,୩୦/୦୬/୨୧ (ଜିଲ୍ଲା ଖବର) : ଜୁଲାଇ ୧ରେ ସରୁଛି ଆଂଶିକ ଲକଡାଉନ । ଆଜି ଆସିବ ଅନଲକର ନୂଆ ଫର୍ମୁଲା । ରାଜ୍ୟ ସରକାର ଜାରି କରିବେ ନୂଆ ଗାଇଡଲାଇନ । ତେବେ ଅନଲକ ହେବ ଓଡ଼ିଶା ନା କୋହଳ ହେବ କଟକଣା? ତା ଉପରେ ପୂରା ଓଡ଼ିଶାବାସୀଙ୍କ ନଜର ରହିଛି । ତେବେ ଯାହା ସଙ୍କେତ ମିଳୁଛି ଜାରି ରହିପାରେ ଆଂଶିକ ଲକଡାଉନ ଅବଧି । ଯଦିଓ ରାଜ୍ୟରେ ସଙ୍କ୍ରମଣ କମିଛି, ତେବେ ବିପଦ ଟଳିନି ।
ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି, ସଂକ୍ରମଣ ହାର କମିଛି ଓ ଆକ୍ଟିଭ୍ କେସ୍ ସଂଖ୍ୟା ବି କମିଛି । ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସଂଖ୍ୟା ବି କମିଛି । ହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ଏ ପର୍ୟ୍ୟନ୍ତ ଦୂର ହୋଇନି । ତେଣୁ ଲୋକେ ଆଦୌ ଢିଲା ହେବା ଉଚିତ ନୁହେଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।


