Wednesday, November 11, 2026
Home ଆଞ୍ଚଳିକ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ

15

ନୂଆଦିଲ୍ଲୀ, ୩୦/୦୬/୨୧ (ଜିଲ୍ଲା ଖବର) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର । ତାପରେ ମନ୍ତ୍ରୀ ପରିଷଦ ବୈଠକ ବି ବସିବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଏହି ବୈଠକ ବସିବ । ଏଠାରେ କରୋନା ମୁକାବିଲା, ଟିକାକରଣ ଆଦି ପ୍ରସଙ୍ଗରେ ଆଲୋଚନା ନେଇ ସୂଚନା ମିଳିଛି । 

ମୌସୁମୀ ଅଧିବେଶନ ପୂର୍ବରୁ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇପାରେ । ତାପୂର୍ବରୁ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ପୃଥକ ପୃଥକ ଭେଟି ଆଲୋଚନା ବି କରୁଛନ୍ତି ପ୍ରଧାନମନ୍ତ୍ରୀ । ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୬୦ ଜଣ ମନ୍ତ୍ରୀ ଅଛନ୍ତି ।