Friday, November 13, 2026
Home ଆଞ୍ଚଳିକ ଦିଲ୍ଲୀ-ଏନସିଆରରେ ନିର୍ମିତ ହେବ ଦେଶର ପ୍ରଥମ ସହରୀ ବନ୍ୟଜନ୍ତୁ କରିଡର

ଦିଲ୍ଲୀ-ଏନସିଆରରେ ନିର୍ମିତ ହେବ ଦେଶର ପ୍ରଥମ ସହରୀ ବନ୍ୟଜନ୍ତୁ କରିଡର

8

ନୂଆଦିଲ୍ଲୀ,୩୦/୦୬/୨୧ (ଜିଲ୍ଲା ଖବର) : ଦିଲ୍ଲୀର ଜଙ୍ଗଲ ବିଭାଗ ଏବଂ ହରିୟାଣା ସରକାରଙ୍କ ଜଙ୍ଗଲ ବିଭାଗର  ସହାୟତାରେ ଦିଲ୍ଲୀ-ଏନସିଆର ପ୍ରଥମ ବନ୍ୟଜନ୍ତୁ କରିଡର ହେବ। ଏଥିପାଇଁ ଆସୋଲା ଭାଟି ଅଭୟାରଣ୍ୟ ନିକଟରେ ଏକ ବ୍ୟସ୍ତବହୁଳ ରାସ୍ତାରେ କରିଡର ନିର୍ମାଣ ପାଇଁ ଉଭୟ ବିଭାଗର ଅଧିକାରୀ କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା ରାସ୍ତା ପାର ହେଉଥିବା ଚିତାବାଘ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ସଡ଼କ ଦୁର୍ଘଟଣାର ମୃତ୍ୟୁ ହ୍ରାସ ପାଇବ।  

ଏହି ଯୋଜନା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ଏହା ପ୍ରଥମ ପ୍ରକାରର କରିଡର ହେବ ଯାହା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିର୍ମିତ ହେବ। ଆସୋଲା ଭାଟି ଅଭୟାରଣ୍ୟ ଦକ୍ଷିଣ ଦିଲ୍ଲୀର ଅରାବଲୀ ପାହାଡ ଏବଂ ଫରିଦାବାଦ ସହ ଗୁରୁଗ୍ରାମର ଉତ୍ତର ଭାଗର 32.71 ବର୍ଗ କିଲୋମିଟର ଦୂରତା ବିଶିଷ୍ଟ ରହିବ । ବିଭାଗ ଦ୍ୱାରା ନିର୍ମିତ ଏହି କରିଡର ଉତ୍ତର ଅରାବଲୀ ଅଞ୍ଚଳର ଏକ ଅଂଶ ହେବ ଯାହା ରାଜସ୍ଥାନର ସରିସ୍କା ଜାତୀୟ ଉଦ୍ୟାନ ସହିତ ସଂଯୁକ୍ତ ହେବ ।