
ନୂଆଦିଲ୍ଲୀ, ୩୦/୦୬/୨୧ (ଜିଲ୍ଲା ଖବର) : ଆଉ ଏ ଦୁନିଆଁରେ ନାହାଁନ୍ତି ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍ କୌଶଲ । ତାଙ୍କ ପରିବାର ସୂତ୍ର ଅନୁଯାୟୀ,ଆଜି ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ଭାବେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ।
ସେ ତାଙ୍କ କ୍ୟାରିୟରରେ ୩ଟି ଫିଲ୍ମ’ପ୍ୟାର ମେଁ କଭି କଭି’, ‘ ସାଦି କା ଲଡ୍ଡୁ’, ‘ଆନ୍ଥନୀ କୋନ୍ ହେ’ ର ନିର୍ଦ୍ଦେଶନା କରିଥିଲେ । ରାଜ କୌଶଲଙ୍କ ଦେହାନ୍ତରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକା ଲହରୀ ଖେଳି ଯାଇଛି ।
ପ୍ରକାଶ ଥାଉକି, ୧୯୬୬ରେ ମୁକୁଲ ଆନନ୍ଦଙ୍କ ଘରେ ମନ୍ଦିରା ବେଦୀ ଏବଂ ରାଜ କୌଶଲ ପ୍ରଥମ ଦେଖା ହୋଇଥିଲା । ସେଠାକୁ ମନ୍ଦିରା ଅଡିସନ ଦେବାକୁ ପହଞ୍ଚିଥିଲେ ଏବଂ ରାଜ୍ କୌଶଲ ମୁକୁଲ ଆନନ୍ଦଙ୍କ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । ସେହି ଠାରୁ ହିଁ ଦୁହିଙ୍କ ଭିତରେ ପ୍ରେମ ଆରମ୍ଭ ହୋଇଥିଲା । ୧୯୯୯ ଫେବୃୟାରୀ ୧୪ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।




