Wednesday, November 11, 2026
Home ଆଞ୍ଚଳିକ ରିନ୍ୟୁ ହେଲା କଙ୍ଗନାଙ୍କ ପାସପୋର୍ଟ

ରିନ୍ୟୁ ହେଲା କଙ୍ଗନାଙ୍କ ପାସପୋର୍ଟ

8

ନୂଆଦିଲ୍ଲୀ,୩୦/୦୬/୨୧ (ଜିଲ୍ଲା ଖବର) : ରିନ୍ୟୁ ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ପାସପୋର୍ଟ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ଫଟୋ ସେୟାର କରି ସେ ଏହାର ସୂଚନା ଦେଇଛନ୍ତି । ଫିଲ୍ମ ଧାକଡର ନିର୍ଦ୍ଦେଶକଙ୍କ ସହ ନିଜର ଏକ ଫଟୋ ସେୟାର କରି କଙ୍ଗନା ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ ଲେଖିଛନ୍ତି ଯେ, ‘ମତେ ମୋ ପାସପୋର୍ଟ ମିଳି ଯାଇଛି….ଆପଣ ସମସ୍ତଙ୍କ ଚିନ୍ତା ଏବଂ ଶୁଭକାମନା ପାଇଁ ଧନ୍ୟବାଦ୍ । ମୁଁ ଶୀଘ୍ର ଆପଣଙ୍କ ସହିତ ରହିବି। #ଧାକଡ” ।

ପ୍ରକାଶ ଥାଉକି, କଙ୍ଗନା ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ଏହାପରେ ସେ କୋର୍ଟ ପାସପୋର୍ଟ ଅଥରିଟି ସପକ୍ଷରେ ନିଷ୍ପତି ନେଇ କହିଥିଲେ ଯେ,କଙ୍ଗନାଙ୍କ ପାସପୋର୍ଟ ରିନ୍ୟୁ କରିବା ପାସପୋର୍ଟ ପ୍ରାଧିକରଣର ଦାୟିତ୍ବ ଅଟେ ।  ଏତେଦିନ ପରେ ଶେଷରେ ତାଙ୍କର ପାସପୋର୍ଟ ରିନ୍ୟୁ ହୋଇଛି । ଏହାକୁ ନେଇ କଙ୍ଗନା ବେଶ ଖୁସି ଅଛନ୍ତି । ଏବେ ସେ ‘ଧାକଡ’ ସୁଟିଂ ପାଇଁ ହଙ୍ଗେରୀ ଯିବେ ।