
ନୂଆଦିଲ୍ଲୀ, ୩୦/୦୬/୨୧ (ଜିଲ୍ଲା ଖବର) : ଛୋଟ ପରଦାରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ଆବିକା ଗୌର ଆଜି ବେଶ ପରିଚିତ । ଆଜି ହେଉଛି ତାଙ୍କର ଜନ୍ମଦିନ । ୩୦ ଜୁନ ୧୯୯୭ରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି ।
ଆବିକା ଧାରାବାହିକ’ବାଳିକା ବଧୁ’ରେ ଛୋଟ ଆନନ୍ଦୀ ଭୂମିକାରେ ନଜର ଆସିଥିଲେ । ଏହି ଚରିତ୍ର ତାଙ୍କୁ ଘରେ ଘରେ ବେଶ ପରିଚିତ କରାଇଥିଲା । ଏହା ବ୍ୟତୀତ ସେ ଧାରାବାହିକ’ସସୁରାଲ ସିମର କା’ରେ ମଧ୍ୟ କାମ କରିଥିଲେ ।
ପ୍ରକାଶ ଥାଉକି, ଆବିକା ଛୋଟବେଳେ ବହୁତ୍ ମୋଟା ଥିଲେ । ହେଲେ ସମୟ ସହିତ ସେ ନିଜ ଲୁକରେ ବହୁତ ପରିବର୍ତ୍ତନ ଆଣିଛନ୍ତି । ବହୁତ ପରିମାଣରେ ସେ ନିଜର ଓଜନ କମ୍ କରିଛନ୍ତି । ଆଉ ଏବେ ଏକଦମ୍ ଗ୍ଲାମରସ୍ ଅନ୍ଦାଜରେ ନଜର ଆସୁଛନ୍ତି ଆବିକା । ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଦେଖିବାକୁ ମିଳେ । ତାଙ୍କ ଫଟୋକୁ ଫ୍ୟାନ୍ସ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।




