Wednesday, November 11, 2026
Home ଆଞ୍ଚଳିକ ଇଲେକ୍ଟ୍ରୀ ଖୁଣ୍ଟରେ ବାନ୍ଧି ସ୍ୱାମୀଙ୍କୁ ନିର୍ଦ୍ଦୁମ ମାଡ଼, ଭିଡିଓ ଭାଇରାଲ

ଇଲେକ୍ଟ୍ରୀ ଖୁଣ୍ଟରେ ବାନ୍ଧି ସ୍ୱାମୀଙ୍କୁ ନିର୍ଦ୍ଦୁମ ମାଡ଼, ଭିଡିଓ ଭାଇରାଲ

15

ଭୁବନେଶ୍ୱର,୩୦/୦୬/୨୧ (ଜିଲ୍ଲା ଖବର) : ଝଗଡ଼ା କଲେ ବୋଲି ମାଡ଼ ଖାଇଲେ । ଇଲେକ୍ଟ୍ରୀ ଖୁଣ୍ଟରେ ବାନ୍ଧି ସ୍ୱାମୀଙ୍କୁ ନିର୍ଦ୍ଦୁମ ମାଡ଼ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଧଉଳି ଥାନା କୃଷ୍ଣପୁର ଗାଁରେ । ଆଇନକୁ ହାତକୁ ନେଇ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ । ଯାହାରା ଭିଡିଓ ଏବେ ଭାଇରାଲ ହୋଇଛି ।

ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି । ସ୍ୱାମୀ ଓ ସ୍ତ୍ରୀଙ୍କ କଳିକୁ ବାରଣ କରିଥିଲେ ଗ୍ରାମବାସୀ । ତେବେ ମାଡ଼ ସ୍ୱାମୀ ଜଣଙ୍କ ପ୍ରତିବାଦ କରିବାରୁ ତାକୁ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ ଗ୍ରାମାବାସୀ । ମାଡ଼ ଘଟଣାକୁ ନେଇ ପୀଡ଼ିତ ଜଣଙ୍କ ଧଉଳି ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।