
ଖୋର୍ଦ୍ଧା,୨୯/୬(ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲାରେ ମହାମାରୀ କରୋନା ଥମିବାର ନାଁ ନେଉ ନଥିବା ବେଳେ ଜଟଣୀରେ ଏହାର ପ୍ରଭାବ ବି କିଛି କମ ନୁହେଁ। ବ୍ୟବସାୟର ପେଣ୍ଠସ୍ଥଳୀ ଜଟଣୀ ଓ ଏହାର ଆଖପାଖ ଅଞ୍ଚଳରେ କରୋନାର ଲହରର ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ଜଟଣୀ ଅଞ୍ଚଳର ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ବିଶେଷ କରି ସୀତାରାମ ଛକ, ବଡବଜାର, ରାଜାବଜାର ବିଭିନ୍ନ ଦୋକାନରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଛି ।କରୋନା କଟକଣାକୁ ଲୋକମାନେ “ଫୁ “କରି ଦେଇଛନ୍ତି । ଯେପରି ସାମାଜିକ ଦୂରତା ଓ କରୋନା କଟକଣାକୁ ପୁରା ଭୁଲି ଗଲେଣି।ଏପଟେ ଜଟଣୀ ପୋଲିସ, ତହସିଲଦାର ଓ ପୌର ପ୍ରଶାସନ ଲୋକମାନଙ୍କୁ ବୁଝେଇ ବୁଝେଇ ନାକେଦମ୍ ହେଲେଣି, ଅନେକ ବଡ଼ ବଡ଼ ଦୋକାନ, ସପିଙ୍ଗମଲ, ମାର୍କେଟ କମ୍ପ୍ଲେକ୍ସକୁ ଫାଇନ କରିବା ସହ ସିଲ ମଧ୍ଯ କରାଗଲାଣି, ବେପାରୀ କିନ୍ତୁ କରୋନା କଟକଣାକୁ ଫୁ କରି ନିଜ ବେପାର କରିବାରେ ବ୍ଯସ୍ତ। ତେଣୁ ଜଟଣୀ ପୌର ଅଧିକାରୀ ଦିଲିପ କୁମାର ମହାନ୍ତି ମଙ୍ଗଳବାର ସକାଳେ ବିଭିନ୍ନ ମାର୍କେଟ ଉପରେ ଚଢାଉ କରିବା ସହିତ ସୀତାରାମ ଛକ ସ୍ଥିତ ମହାଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଓ ଗଣେଶ ମାର୍କେଟ କମ୍ପ୍ଲେକ୍ସ କୁ ୨ ଦିନ ପାଇଁ ସିଲ କରିଛନ୍ତି।
ରିପୋର୍ଟ, ସଞ୍ଜୀବ କୁମାର ।


