
ନୂଆଦିଲ୍ଲୀ , ୨୯/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କାଜଲ । ତାଙ୍କର ଅଭିନୟ ସହିତ ତାଙ୍କର ଅନ୍ଦାଜକୁ ବହୁତ ପସନ୍ଦ କରନ୍ତି ଦର୍ଶକ । ସୋସିଆଲ ମିଡିଆରେ ବେଶ ସକ୍ରିୟ କାଜଲ । ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ ସବୁବେଳେ ନୂଆ ନୂଆ ପୋଷ୍ଟ ସେୟାର କରନ୍ତି । ନିକଟରେ କାଜଲ ତାଙ୍କର ଏକ ପୁରୁଣା ଫଟୋ ତାଙ୍କ ଇନଷ୍ଟା ଆକାଉଂଟରେ ସେୟାର କରିଛନ୍ତି । ପୁରୁଣା ହୋଇଥିଲେ ମଧ୍ୟ ତାର କ୍ରେଜ କିଛି କମ୍ ନାହିଁ । ସେହି ଫଟୋକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଏହା ସହିତ କାଜଲ ଏକ ମଜାଦାର କ୍ୟାପ୍ସନ ଦେଇଛନ୍ତି ।
କାଜଲ ସେୟାର କରିଥିବା ଫଟୋରେ ସେ କାନରେ ଝୁମୁକା ପିନ୍ଧିବା ସହିତ , କେଶ ଖୋଲା କରି କ୍ୟାମେରା ସାମ୍ନାରେ ପୋଜ ଦେଉଥିବା ଦେଖିବାକୁ ମିଳୁଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘କ୍ଷମା କରିବେ,ଏତେ ଗହଳିଆ ଖୋଲା କେଶ ଭିତରେ ମୁଁ କିଛି ଶୁଣିପାରୁ ନାହିଁ ‘ ।

Indian Bollywood actress Kajol Devgn poses as she attends a press conference for the campaign Help A Child Reach 5 in Mumbai on March 19, 2014. AFP PHOTO/STR (Photo credit should read STRDEL/AFP/Getty Images)
ତେବେ ତାଙ୍କର ଏହି ଫଟୋ ସେୟାର ହେବାପରେ, ଏବେ ତାହା ବେଶ ଭାଇରାଲ ହେବାରେ ଲାଗିଛି । ଏହାସହିତ ସମସ୍ତେ ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି । କେହି କେହି ଷ୍ଟନିଂ,ବ୍ୟୁଟିଫୁଲ,ଗରର୍ଜିୟସ ବୋଲି କହୁଛନ୍ତି ।



