Saturday, November 14, 2026
Home ଆଞ୍ଚଳିକ ମଲାଇକାଙ୍କ ସୁନ୍ଦରତାକୁ ପସନ୍ଦ କରନ୍ତି ଅର୍ଜୁନ

ମଲାଇକାଙ୍କ ସୁନ୍ଦରତାକୁ ପସନ୍ଦ କରନ୍ତି ଅର୍ଜୁନ

15

ନୂଆଦିଲ୍ଲୀ, ୨୯/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅର୍ଜୁନ କପୁର ୨୬ ଜୁନରେ ତାଙ୍କର ଜନ୍ମଦିନ ପାଳନ କରିଥିଲେ । ତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ମାନଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହିତ, ଢେରସାରା ଭଲପାଇବା ଦେଇଥିଲେ । ତେବେ ସମସ୍ତଙ୍କ ଭଲପାଇବା ପାଇ ଭାବପ୍ରବଣ ହୋଇ ପଡିଥିଲେ ଅର୍ଜୁନ କପୁର । ଏହାପରେ ସେ ଏକ ପୋଷ୍ଟ ସେୟାର କରିଥିଲେ । ଏହାସହିତ ସେ ଅଭିନେତ୍ରୀ ମଲାଇକା ଆରାରାଙ୍କୁ ଅଧିକ ପ୍ରଂଶସା କରିଛନ୍ତି ।

ଅର୍ଜୁନ କପୁର ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ‘ ଗୋଟେ ବର୍ଷରେ କେତେ କ’ଣ ବଦଳି ଯାଏ । ଗୋଟେ ବର୍ଷ ପୂର୍ବରୁ ମୁଁ ନିରାଶ,ହତାଶ,ଥକ୍କି ଯାଇଥିଲି । କିନ୍ତୁ ଆଜି ମୁଁ ନୂଆ ଜୀବନ, ଶକ୍ତି, ନିଷ୍ଠା ପାଇଛି । ଏବେ ଯେକୌଣସି କଠିନ ରାସ୍ତାରେ ଯିବା ପାଇଁ ପ୍ରସ୍ତୁତ ଅଛି । ମୁଁ  ମୋ ସେହି ସମସ୍ତ ନିକଟତର ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି , ଯେଉଁମାନେ ମୋ  ଉପରେ କେବଳ ବିଶ୍ବାସ କରନ୍ତି ନାହିଁ, ବରଂ ଜୀବନରେ ଏହି ରାସ୍ତାରେ ମତେ ସମର୍ଥନ କରିଥାଆନ୍ତି ଏବଂ ସାଥ୍  ଦେବା ସହିତ ମୋ କଥା ବୁଝନ୍ତି ।  

ମୋ ପରିବାର, ବନ୍ଧୁ,ଫ୍ୟାନ୍ସ ମାନେ ମୋ ସହିତ ଏମିତି ଯୋଡି ରହିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ୍ । ଏହା ସହିତ ସେ, ମଲାଇକା ଆରୋରାଙ୍କର ବହୁତ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ ମଲାଇକା ଆରୋରା ତାଙ୍କୁ ବହୁତ୍ ସୁନ୍ଦର ଲାଗନ୍ତି । ତାଙ୍କ ସୌନ୍ଦର୍ଯ୍ୟକୁ ମୁଁ ବହୁତ ପସନ୍ଦ କରେ । ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଛନ୍ତି ।