Wednesday, November 11, 2026
Home ଆଞ୍ଚଳିକ ଇଡିରେ ହାଜର ହେଉନାହାଁନ୍ତି ଅନିଲ ଦେଶମୁଖ

ଇଡିରେ ହାଜର ହେଉନାହାଁନ୍ତି ଅନିଲ ଦେଶମୁଖ

10

ନୂଆଦିଲ୍ଲୀ,୨୯/୦୬/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ୍ଗଳବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବାକୁ ମନା କରି ଦେଇଛନ୍ତି। ଅନିଲ ଦେଶମୁଖ କହିଛନ୍ତି ଯେ ତାଙ୍କୁ 72 ବର୍ଷ ବୟସ ଏବଂ ତାଙ୍କର ଅନେକ ରୋଗ ଅଛି। ଏଠି କହିରଖୁଛୁ ଯେ ପୂର୍ବରୁ ଅନିଲ ଦେଶମୁଖ ଇଡିରେ ହାଜର ହେବାକୁ ମନା କରିଦେଇଥିଲେ।

 ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇଡିକୁ ଚିଠି ଲେଖି ନିବେଦନ କରିଛନ୍ତି ଯେ ଅନଲାଇନ୍‌ରେ ବିବୃତି  ରେକର୍ଡ କରିବାକୁ । ସେ ଆହୁରି  ମଧ୍ୟ ଚିଠିରେ ଆବେଦନ କରିଛନ୍ତି ଯେ ସେ ନିଜ ପସନ୍ଦ ଅନୁଯାୟୀ ସୁବିଧାଜନକ ସମୟରେ ଅଡିଓ କିମ୍ବା ଭିଡିଓ ମାଧ୍ୟମରେ ମୋର ବିବୃତ୍ତି ରେକର୍ଡ କରିପାରିବେ। ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱିତୀୟ ଥର ଦେଶମୁଖଙ୍କୁ ଡକାଇଛି।