Home ଜିଲ୍ଲା ଅନୁଗୁଳ ଶାଳୀ ମୁଣ୍ଡରେ ବନ୍ଧୁକ ରଖି ଭିଣୋଇ କଲା ଅପହରଣ, ଅଭିଯୁକ୍ତ ଗିରଫ

ଶାଳୀ ମୁଣ୍ଡରେ ବନ୍ଧୁକ ରଖି ଭିଣୋଇ କଲା ଅପହରଣ, ଅଭିଯୁକ୍ତ ଗିରଫ

17

ଅନୁଗୁଳ,୨୯/୦୬/୨୧ (ଜିଲ୍ଲା ଖବର) : ଅନୁଗୁଳ କିଶୋରନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ବନ୍ଧୁକ ଦେଖାଇ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଅଭିଯୋଗ ହୋଇଛି। ଘର ଭିତରୁ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଉଠାଇ ସର୍ବ ସମ୍ମୁଖରେ ଗାଡ଼ିରେ ନେଇଯାଇଥିଲେ ଦୁର୍ବୃତ୍ତ। ହାତବାନ୍ଧି ମହିଳାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତିନୋଟି ଥାନାର ପୋଲିସ ଖୋଜା ଖୋଜି କରିବା ପରେ ବୈରଗପାଲୀ ଥାନାରୁ ମହିଳାଙ୍କୁ ଉଦ୍ଧାର କରାଯାଇଛି।

ବିଭିନ୍ନ ସ୍ଥାନରେ ନାକା କରି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ପୀଡ଼ିତା ଓ ଅଭିଯୁକ୍ତ ସମ୍ପର୍କରେ ଶାଳୀ-ଭିଣୋଇ ହେବେ ବୋଲି ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତ ନିଜ ସାଙ୍ଗ ସାହାଯ୍ୟରେ ମହିଳାଙ୍କୁ ଉଠାଇ ଆଣିଥିଲେ। ମହିଳାଙ୍କ ସ୍ୱାମୀଙ୍କ ମୁଣ୍ଡରେ ଗୁଳି ଲଗାଇବା ସହ ଗାଁ ଦାଣ୍ଡରେ ଫାଙ୍କା ଗୁଳି ଚାଳନା କରିଥିଲେ। ଘଟଣା ପରେ ଗାଁରେ ଆତଙ୍କ ଖେଳି ଯାଇଛି। ମୁଖ୍ୟ ଅଭିଯୁକ୍ତ ନିକଟରୁ ଗୁଳି ଭର୍ତ୍ତି ରିଭଲଭର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋଟ ଚାଲାଣ କରାଯାଇଛି।