Home ଅପରାଧ ଗୋରୁ ଚାଲାଣ ଗାଡି ରୋକିବାରୁ ଗାଡି ଭାଙ୍ଗିଦେଲେ, ଠେଙ୍ଗା ଭୁଜାଲିରେ ଆକ୍ରମଣ କଲେ ଗ୍ରାମବାସୀ

ଗୋରୁ ଚାଲାଣ ଗାଡି ରୋକିବାରୁ ଗାଡି ଭାଙ୍ଗିଦେଲେ, ଠେଙ୍ଗା ଭୁଜାଲିରେ ଆକ୍ରମଣ କଲେ ଗ୍ରାମବାସୀ

15

ମୟୂରଭଞ୍ଜ,୨୯/୦୬/୨୧ (ଜିଲ୍ଲା ଖବର) : ଚୋରା ଗୋରୁ ଚାଲାଣ ଗାଡି ରୋକିବାରୁ କେଶରୀୟା ହିନ୍ଦୁ ବାହିନୀ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ । ଠେଙ୍ଗା, ଭୁଜାଲିରେ ଆକ୍ରମଣ କରିବା ସହ ଲହୁଲୁହାଣ କରିଛନ୍ତି ଗ୍ରାମବାସୀ । ଦୁଇଟି ଗାଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।  ଉଦଳା ଥାନା ଚୁଳିଆପୋଷି ଗୋରୁହାଟରେ ଦେଖିବାକୁ ମିଳିଛି ଏହି ଘଟଣା ।

5 ଟି ଗାଡିରେ ଚୋରା ଗୋରୁ ଚାଲାଣ ହେଉଥିବା ଖବର ପାଇ ବାରିପଦାରୁ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ସଦସ୍ୟମାନେ ହାଟ ନିକଟରେ ପହଂଚିଥିଲେ । ଚୋରା ଚାଲାଣ ନେଇ ପଚରାଉଚରା କଲା ବେଳେ ହଠାତ୍ ଚୁଳିଆପୋଷି ଗାଁର 30 ରୁ 40 ଜଣ ଗ୍ରାମବାସୀ ହାତରେ ଠେଙ୍ଗା, ଭୁଜାଲି ଧରି କେଶରୀୟା ହିନ୍ଦୁ ବାହିନୀ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ 4 ଜଣ ସଦସ୍ୟ ଆହତ ହୋଇଥିବା ଜଣାଯାଇଛି ।

ଏନେଇ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି 9 ଜଣ ଗ୍ରାମବାସୀଙ୍କୁ ଅଟକ ରଖିଛି । ଗୋରୁ ଗାଡି ଉଦଳା ଆସୁଥିବା ବେଳେ ଜୁଆଳିଆ ଛକ ନିକଟରେ ରାସ୍ତାରେ ଛିଡା ହୋଇଥିବା ସ୍ଥାନୀୟ ଲୋକଙ୍କ ଦୁଇଟି ଗୋରୁକୁ ଧକ୍କା ଦେଇ ମାରି ଦେଇଥିବା ଜଣାପଡ଼ିଛି ।