Wednesday, November 11, 2026
Home ଆଞ୍ଚଳିକ ଫ୍ରିଡା ପିଣ୍ଟୋଙ୍କ ଘରକୁ ଆସିବେ ନୂଆ ଅତିଥି

ଫ୍ରିଡା ପିଣ୍ଟୋଙ୍କ ଘରକୁ ଆସିବେ ନୂଆ ଅତିଥି

14

ନୂଆଦିଲ୍ଲୀ, ୨୯/୦୬/୨୧ (ଜିଲ୍ଲା ଖବର) : ସ୍ଲମଡଗ୍ ମିଲେଦିୟର ଫେମ ଫ୍ରିଡା ପିଣ୍ଟୋ ଙ୍କ ଘରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି । କୋରି ଟ୍ରାନଙ୍କ ସହିତ ତାଙ୍କ ନିର୍ବନ୍ଧ ହୋଇତିବା ବେଳେ, ଏବେ ସେ ନିଜ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରିଛନ୍ତି । ବେଶ ଖୁସି ମନରେ ନିଜ ବେବି ବମ୍ପ ଫ୍ଲଣ୍ଟ କରି ଫ୍ରିଡା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଏହା ସହିତ ତାଙ୍କ ଘରକୁ ବେବି ଟ୍ରାନ  ଆସିବାକୁ ଯାଉଛନ୍ତି ବୋଲି  କ୍ୟାପସନ ଦେଇଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହିତ , ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।  

ଫ୍ରିଡା ସ୍ଲମଡଗ ମିଲେନିୟରରେ ଅଭିନୟ କରି ବେଶ  ପ୍ରଶଂସା ସାଉଣ୍ଟିଥିଲେ । ଖାସ କରି ସେ ବ୍ରିଟିଶ ଏବଂ ଆମେରିକା ଫିଲ୍ମରେ କାମ କରି ଥାଆନ୍ତି  । ପିଲାଦିନୁ ଅଭିନେତ୍ରୀ ହେବାକୁ ଚାହୁଁଥିଲେ ଫ୍ରିଡା । କ୍ୟାରିୟର ଆରମ୍ଭରେ ସେ ମଡେଲ ଏବଂ ଟେଲିଭିଜନ ପ୍ରେଜେଣ୍ଟର ଭାବେ କିଛି କାମ ମଧ୍ୟ କରିଛନ୍ତି ।