Thursday, November 12, 2026
Home ଆଞ୍ଚଳିକ ପ୍ରେସମିଟ୍ କରି ସମସ୍ତ ତଥ୍ୟ ରଖିଲେ ବୋର୍ଡ ସଭାପତି, ପୂର୍ବ ୪ ବର୍ଷର ରେଜଲ୍ଟକୁ ନେଇ...

ପ୍ରେସମିଟ୍ କରି ସମସ୍ତ ତଥ୍ୟ ରଖିଲେ ବୋର୍ଡ ସଭାପତି, ପୂର୍ବ ୪ ବର୍ଷର ରେଜଲ୍ଟକୁ ନେଇ ହୋଇଛି ମୂଲ୍ୟାୟନ

11

୨୯/୦୬/୨୧ (ଜିଲ୍ଲା ଖବର) :  ମାଟ୍ରିକ ମୂଲ୍ୟାୟନରେ ହୋଇଛି କି ତ୍ରୁଟି ? ଏନେଇ ପ୍ରେସମିଟରେ ଉତ୍ତର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଯେଉଁଭଳି ଭାବରେ ରାଜ୍ୟର ତମାମ ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କର ମାଟ୍ରିକ ରେଜଲ୍ଟକୁ ନେଇ ପ୍ରତିକ୍ରିୟା ଆସୁଥିଲା, ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟରେ ତାଙ୍କର ଉତ୍ତର ରଖିଛନ୍ତି। 

ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ୍ୱ ଦୂର ନେଇ ବୋର୍ଡର ପ୍ରୟାସ । ସାମ୍ବାଦିକ ସମ୍ମିଳନୀ କରି ମୂଲ୍ୟାୟନର ସମସ୍ତ ତଥ୍ୟ ରଖିଛନ୍ତି ବୋର୍ଡର ସଭାପତି ଓ ଉପସଭାପତି । ପରୀକ୍ଷା ବାତିଲ ହେଲା ପରେ ବିଶିଷ୍ଟ ଶିକ୍ଷାବିତଙ୍କ ସହ ୩ ଥର ଓ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ସହ ୩ ଥର ଆଲୋଚନା କରିଥିଲା ବୋର୍ଡ ।

ସମସ୍ତଙ୍କ ସହ ଆଲୋଚନା କରିବା ପରେ ବୋର୍ଡ ନୋଟିଫିକେସନ ପ୍ରକାଶ କରିଥିଲା । ପରେ ୪ ବର୍ଷର ପ୍ରଦର୍ଶନକୁ ଦେଖି ମୂଲ୍ୟାୟନ ହୋଇଛି । ୨୦୧୭, ୧୮, ୧୯, ୨୦ ଏହି ୪ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଇ ମୂଲ୍ୟାୟନ ହୋଇଥିବା ବୋର୍ଡ ପକ୍ଷରକୁ କୁହାଯାଇଛି । ମୂଲ୍ୟାୟନରେ ସ୍କୁଲର ପ୍ରଦର୍ଶନକୁ ମଧ୍ୟ ବିଚାର କରାଯାଇଛି । CBSE ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଛି । ମୂଲ୍ୟାୟନ ପଦ୍ଧତି ନେଇ ସବୁକିଛି ବୋର୍ଡ ୱେବସାଇଟରେ ଥିଲା । ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି । ଗତବର୍ଷ ତୁଳନାରେ ଇ-୧ରେ ୨ ଗୁଣା ଛାତ୍ରଛାତ୍ରୀ ଉନ୍ନୀତ ହୋଇଛନ୍ତି । ଇ-୨ରେ ୩ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ଉନ୍ନୀତ ହୋଇଛନ୍ତି ।