Wednesday, July 22, 2026
Home ଆଞ୍ଚଳିକ ଧାନ ବୋଝେଇ ଟ୍ରାକ୍ଟର ଧରି ଶତାଧିକ ଚାଷୀଙ୍କ ଆନ୍ଦୋଳନ

ଧାନ ବୋଝେଇ ଟ୍ରାକ୍ଟର ଧରି ଶତାଧିକ ଚାଷୀଙ୍କ ଆନ୍ଦୋଳନ

13

ବରଗଡ,୨୯/୦୬/୨୧ (ଜିଲ୍ଲା ଖବର) : ବରଗଡ଼ ଜିଲ୍ଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହିଯାଇଛି । ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ ସୁଦ୍ଧା ଟୋକନ ଅବଧି ଶେଷ, ଟୋକନରେ ତ୍ରୁଟି, ଧାନରେ ଆର୍ଦ୍ରତା, ଟାର୍ଗେଟ ଅଭାବ ଆଦି ଆଳ ଦେଖାଇ ଧାନ କିଣାଯାଉ ନାହିଁ। ଏହାକୁ ନେଇ ଅସନ୍ତୋଷ ମଧ୍ୟ ବଢ଼ି ଚାଲି ଥିବାବେଳେ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ଏହି କ୍ରମରେ ସୋମବାର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେଶମ ପଞ୍ଚାୟତର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଧାନ ବୋଝେଇ ଟ୍ରାକ୍ଟର ଧରି ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଏବଂ ଜିଲ୍ଲାପାଳ ଅଫିସରେ ଧାନ ଗଦା କରିଛନ୍ତି । ଜିଲ୍ଲାପାଳ ଅଫିସ ମୁଖ୍ୟ ଫାଟକ ଆଗରେ ମଧ୍ୟ ଧାନ ଗଦା କରି ଚାଷୀମାନେ ଧାରଣାରେ ବସିରହିଛନ୍ତି । ଦିନ ତମାମ ଆନ୍ଦୋଳନରେ ବସିଲା ପରେ ରାତ୍ରିରେ ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ।