Monday, November 16, 2026
Home ଆଞ୍ଚଳିକ ପରିମପୋରା ଅଂଚଳରେ ଏନକାଉଣ୍ଟର , ୨ ଆତଙ୍କବାଦୀ ସଫା

ପରିମପୋରା ଅଂଚଳରେ ଏନକାଉଣ୍ଟର , ୨ ଆତଙ୍କବାଦୀ ସଫା

6

ନୂଆଦିଲ୍ଲୀ, ୨୯/୦୬/୨୧ (ଜିଲ୍ଲା ଖବର) : ଜମ୍ମୁ କଶ୍ମୀରର ମଲୂରା ପରିମପୋରା ଅଂଚଳରେ ଏନକାଉଣ୍ଟର । ସୁରକ୍ଷାବାହନୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା। ଏହି ଆତଙ୍କବାଦୀ ମଧ୍ୟରେ ଜଣେ ଲଶ୍କର-ଏ-ତଏବାର ଶୀର୍ଷସ୍ତରର କମାଣ୍ଡର ଥିଲା । ଏହି ଆତଙ୍କବାଦୀ ହେଉଛି ଅବରାର । ସେ ଘାଟିରେ ଲଶ୍କରର ଶୀର୍ଷ କମାଣ୍ଡର ଥିଲା । ଏ ନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଘଟଣାସ୍ଥଳରୁ ବ୍ୟାପକ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ଅନ୍ୟପକ୍ଷରେ ଏନକାଉଣ୍ଟରରେ ଜଣେ ସହଯୋଗୀ କମାଣ୍ଡର, ସବଇନ୍ସପେକ୍ଟର ଏବଂ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।