Monday, November 16, 2026
Home ଆଞ୍ଚଳିକ ଆଜି ଓଡିଶାରେ ଦିଆଯିବ ରୁଷିଆ ଟିକା, ଆଜି ୧୦ଟାରୁ ଆରମ୍ଭ

ଆଜି ଓଡିଶାରେ ଦିଆଯିବ ରୁଷିଆ ଟିକା, ଆଜି ୧୦ଟାରୁ ଆରମ୍ଭ

5

୨୯/୦୬/୨୧ (ଜିଲ୍ଲା ଖବର) :  ଦିନକୁ ଦିନ ରାଜ୍ୟରେ ହୁଏତ ସଂକ୍ରମଣ ସଂଖ୍ୟା ସାମାନ୍ୟ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଯାହାକୁ ନେଇ ସମସ୍ତେ ଚିନ୍ତିତ। ଏଭଳି ସ୍ଥିତିରେ 

କରୋନା ବିରୋଧୀ ଲଢେଇରେ ସାମିଲ ହେଲା ଆଉ ଏକ ଅସ୍ତ୍ର । ଆଜି ଓଡିଶାରେ ଦିଆଯିବ ରୁଷିଆ ଟିକା । ଭୁବନେଶ୍ୱରରେ ସ୍ପୁଟନିକ ଭି ଟିକା ନେଇପାରିବେ । ଗତ ଜୁନ ୬ ତାରିଖରୁ ଭାରତରେ ଉପଲବ୍ଧ ହେଉଛି ସ୍ପୁଟନିକ ଭି । ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍-ଭି ଟିକା ଉପଲବ୍ଧ ହେଉଛି । କୋ-ୱିନ୍ ଆପରେ ପଂଜିକରଣ କରିଥିବା ବ୍ୟକ୍ତିଙ୍କୁ ଆଜି ୧୦ଟାରୁ ଟିକା ଦିଆଯିବ । ୧୧୪୫ ଟଙ୍କାରେ ସ୍ପୁଟନିକ୍-ଭି ର ଗୋଟିଏ ଡୋଜ୍ ନେଇପାରିବେ ।

ପ୍ରଥମ ଡୋଜର ୨୧ ଦିନ ପରେ ୨ୟ ଡୋଜ ଟିକା ନେଇପାରିବେ । କେନ୍ଦ୍ର ସରକାରଙ୍କ କୋ-ୱିନ ଆପକୁ ଯାଇ ‘ସ୍ପୁଟନିକ ଭି’ ପାଇଁ ସ୍ଲଟ ବୁକ କରିପାରିବେ । ଏହି ଟିକା ୯୧ ପ୍ରତିଶତରୁ ଅଧିକ ପ୍ରଭାବି ବୋଲି କୁହାଯାଉଛି । ବର୍ତମାନ ସୁଦ୍ଧା ୬୦ ଟି ଦେଶରେ ସ୍ପୁଟନିକ ଭି ଟିକାର ବ୍ୟବହାର ହେଉଛି ।