
ନୂଆଦିଲ୍ଲୀ,୨୯/୦୬/୨୧ (ଜିଲ୍ଲା ଖବର) : ଏକ ଐତିହାସିକ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ଭାରତ-ଚୀନ ସୀମାକୁ ଆଉ ଅତିରିକ୍ତ ୫୦ହଜାର ସୈନ୍ୟଙ୍କୁ ସ୍ଥାନାନ୍ତରଣ କରିଛନ୍ତି। ପୂର୍ବବର୍ଷ ଗଲଓ୍ୱାନ ଘଟଣା ପରେ ଭାରତ ଚୀନ ସୀମା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଏମିତି ସମୟରେ ସୀମାବର୍ତ୍ତୀ ଅଞ୍ଚଳକୁ ଏତେ ସଂଖ୍ୟାରେ ସୈନ୍ୟ ପ୍ରେରଣ ବେଶ ଗୁରୁତ୍ବ ବହନ କରୁଛି ।
ତେବେ ଏହି ୫୦ ଅତିରିକ୍ତ ସୈନ୍ୟଙ୍କୁ ମିଶାଇ ସୀମାରେ ମୋଟ ୨ଲକ୍ଷ ସୈନ୍ୟ ନିୟୋଜିତ ରହିଥିବା ଜଣାପଡିଛି । ଗଲଓ୍ବାନ ଘଟଣା ପରେ ବେଜିଂ ଓ ନୂଆଦିଲ୍ଲୀ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଚୀନ ନିଜ ଆଭିମୁଖ୍ୟରୁ କେତେବେଳେ ବି ଓହରି ଯିବାର ସମ୍ଭାବନା ରହିଛି । ତେବେ ଭବିଷ୍ୟତରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଭାରତ ସୀମାରେ ଏତେ ସଂଖ୍ୟାରେ ସୈନ ଠୁଳ କରାଯାଉଛି। ଅନ୍ୟପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଲଦାଖ ଗସ୍ତରେ ଯାଇ ଗଲଓ୍ବାନ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତୀୟ ସେନା ଯବାନ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।


