Thursday, November 12, 2026
Home ଆଞ୍ଚଳିକ ରଣଦୀପ୍ ହୁଡ୍ଡାଙ୍କ ସଂସ୍କାରୀ କୁକୁର

ରଣଦୀପ୍ ହୁଡ୍ଡାଙ୍କ ସଂସ୍କାରୀ କୁକୁର

6

ନୂଆଦିଲ୍ଲୀ, ୨୯/୦୬/୨୧ (ଜିଲ୍ଲା ଖବର) : ବଲିଉଡରେ ଏମିତି କିଛି କଳାକାର ଅଛନ୍ତି, ଯେଉଁମାନେ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସେମିତି ଜଣେ ଅଭିନେତା ହେଉଛନ୍ତି ରଣଦୀପ ହୁଡ୍ଡା । ‘ମାନସୁନ ଓ୍ବେଡିଙ୍ଗ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ରଣଦୀପ ଫିଲ୍ମ ଦୁନିଆଁରେ ପାଦ ଥାପିବା ପୂର୍ବରୁ, ବହୁତ୍ ସଂଘର୍ଷ କରିଛନ୍ତି । ନିକଟରେ ସେ ଫିଲ୍ମ’ରାଧେ ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ରେ ନଜର ଆସିଥିଲେ । ସେ ତାଙ୍କର ଅଭିନୟ ପାଇଁ ବେଶ ଜଣାଶୁଣା ।

ରଣଦୀପ ହୁଡ୍ଡା ଜଣେ ଭଲ  କଳାକାର ହେବା ସହିତ, ସେ ହେଉଛନ୍ତି ଜଣେ ଆନିମଲ ଲଭର । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ରଣଦୀପ । ନିକଟରେ ସେ ତାଙ୍କର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯାହା ଦେଖିବା ପରେ ଯେକେହିବି ଆଶ୍ଚର୍ଯ୍ୟ ହେବା ସୁନିଶ୍ଚିତ ।

ସେ ସେୟାର କରିଥିବା ଫଟୋରେ ରଣଦୀପ ହୁଡ୍ଡା ଭଗବାନଙ୍କ ମୂର୍ତ୍ତୀ  ସାମ୍ନାରେ ହାତଯୋଡି ଛିଡା ହୋଇଛନ୍ତି । ଆଉ ତାଙ୍କ ପାଖରେ ତାଙ୍କର ପେଟ ଡଗ ମଧ୍ୟ ଦୁଇ ଗୋଡ ରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି । ଏହି ଫଟୋ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ସଂସ୍କାରୀ ଡଗ ଅଲର୍ଟ’ । ତାଙ୍କର ଏହି ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ଏହାକୁ ବେଶ ପସନ୍ଦ କରିବା ସହିତ, ପ୍ରଂଶସା ମଧ୍ୟ  କରୁଛନ୍ତି ।

ତାଙ୍କର ଏହି ପୋଷ୍ଟରେ ସମସ୍ତେ ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି । ଜଣେ ୟୂଜର ଲେଖିଛନ୍ତି ଯେ, ‘ଆପଣ ତାକୁ ଭଲ ଟ୍ରେଣ୍ଡ କରିଛନ୍ତି ସାର’ । ଏମିତି ସବୁ ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି ।