Sunday, November 15, 2026
Home ଆଞ୍ଚଳିକ ଆଜି ଉପାସନା ସିଂହଙ୍କ ଜନ୍ମଦିନ

ଆଜି ଉପାସନା ସିଂହଙ୍କ ଜନ୍ମଦିନ

6

ନୂଆଦିଲ୍ଲୀ, ୨୯/୦୬/୨୧ (ଜିଲ୍ଲା ଖବର) : ୨୯ ଜୁନ ୧୯୭୫ରେ Hoshiarpurରେ ଜନ୍ମଗ୍ରହଣ କରିଥିବା ଅଭିନେତ୍ରୀ ଉପାସନା ସିଂହ , କମେଡି ମାଧ୍ୟମରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରାନ୍ତି । ଉପାସନା ଟିଭି ସିରିଏଲ  ସହିତ ବଲିଉଡରୁ ନେଇ ପଞ୍ଜାବୀ ସିନେମା ଯାଏଁ କାମ କରିଛନ୍ତି । ୧୯୮୬ରେ ଫିଲ୍ମ’ବାବୁଲ’ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପାଖାପାଖି ସେ ୭୫ ଫିଲ୍ମରେ କାମ କରି ସାରିଛନ୍ତି ।

ଫିଲ୍ମ ବ୍ୟତୀତ ଉପାସନା ଅନେକ ଟିଭି ଶୋ’ରେ ମଧ୍ୟ ନିଜର ଜଲଓ୍ବା ଦେଖାଇଛନ୍ତି ଏବଂ ଲୋକପ୍ରିୟ ହୋଇଛନ୍ତି ।

ପ୍ରକାଶ ଥାଉକି, ଉପାସନା ଟିଭି ଧାରାବାହିକ ‘ଏ ଦିଲ ଏ ନାଦାନ’ରେ ଆକ୍ଟର ନିରଜ ଭରଦ୍ବାଜଙ୍କ ସହିତ କାମ କରିଥିଲେ । ଏହାପରେ ଦୁହେଁ ଦୁହିଁଙ୍କୁ ଡେଟ କରିବା ଆରମ୍ଭ କରିଥିଲେ । ପରେ ସେମାନେ ବିବାହ କରିବାର ନିଷ୍ପତି ନେଇଥିଲେ । ଏବଂ ୨୦୦୯ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଜନ୍ମଦିନର ଢେର ସାରା ଶୁଭକାମନା ।