Wednesday, November 11, 2026
Home ଆଞ୍ଚଳିକ ବିଶିଷ୍ଟ ଓଲିଉଡ୍ ଗାୟକ ଶକ୍ତି ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବିଶିଷ୍ଟ ଓଲିଉଡ୍ ଗାୟକ ଶକ୍ତି ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

14

୨୯/୦୬/୨୧ (ଜିଲ୍ଲା ଖବର) : ବିଶିଷ୍ଟ ଓଲିଉଡ୍ ଗାୟକ ଶକ୍ତି ମିଶ୍ର ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଜଣାପଡିଛି। ସେ ଗୁରୁତର ଥିବା ପରିବାର ସୂତ୍ରରୁ ପ୍ରକାଶ ପାଇଛି।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିବା ଶକ୍ତି ମିଶ୍ରଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।

ତୁରନ୍ତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ନେଇ ତାଙ୍କ ଫ୍ୟାନ୍ସମାନେ କାମନା କରିଛନ୍ତି। ନବେ ଦଶକରେ ଓଡ଼ିଆ ସିନେ ଜଗତ ଓ ଆଲ୍‌ବମ୍ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶକ୍ତି ମିଶ୍ର। ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଆଦି ବହୁ ହିଟ୍ ଗୀତ ସେ ଗାଇଛନ୍ତି।