Monday, November 16, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Shenaz Treasury

ଜନ୍ମଦିନର ଶୁଭେଚ୍ଛା ! Shenaz Treasury

14

ନୂଆଦିଲ୍ଲୀ,୨୯/୦୬/୨୧ (ଜିଲ୍ଲା ଖବର) : ଆଜି ହେଉଛି ଅଭିନେତ୍ରୀ Shenaz Treasuryଙ୍କ ଜନ୍ମଦିନ । ସେ ଜଣେ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ମଡେଲ ମଧ୍ୟ । ୨୯ ଜୁନ ୧୯୮୧ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ ।

କଲେଜରେ ପଢିବା ସମୟରେ ସେ ମଡେଲିଂ ଆରମ୍ଭ କରିଥିଲେ । ପାରସି ଫ୍ୟାମିଲିରେ ଜନ୍ମିତ Shenaz ଗ୍ରାଜୁଏସନ ପରେ ଅଧିକ ପଢିବା ପାଇଁ ନ୍ୟୁୟର୍କ ଚାଲି ଯାଇଥିଲେ ।

ଫିଲ୍ମ ଦୁନିଆଁରେ ପାଦ ଥାପିବା ପୂର୍ବରୁ ସେ ଟେଲିଭିଜନରେ ନିଜର ନାଁ କମାଇଥିଲେ । ପେପ୍ସି ଆଡ୍ ପାଇଁ ସେ ବେଶ ଜଣାଶୁଣା ହୋଇଥିଲେ ।  ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ତେଲୁଗୁ ଫିଲ୍ମରେ କାମ କରିଥିଲେ ।  ଏହାପରେ ୨୦୦୩ରେ ସେ ବଲିଉଡରେ ଫିଲ୍ମ’ଇସ୍କ ବିସ୍କ’ ମାଧ୍ୟମରେ  ପାଦ ଥାପିଥିଲେ ।

ଏଥିରେ ସେ ଦ୍ବିତୀୟ ଲିଡ୍ ଭୂମିକାରେ ନଜର ଆସିଥିଲେ ବି, ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ବେଷ୍ଟ ସପୋଟିଙ୍ଗ୍ ଆକ୍ଟ୍ରେସ ଆଓ୍ବାର୍ଡ ଦିଆ ଯାଇଥିଲା । ଏହାପରେ ସେ ଆହୁରି ଅନେକ ଫିଲ୍ମରେ କାମ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।