
ନୂଆଦିଲ୍ଳୀ, ୨୯/୦୬/୨୧ (ଜିଲ୍ଲା ଖବର) : ଦେଶରେ ଖସୁଛି ସଂକ୍ରମଣ। ଲଗାତାର ଭାବରେ ସଂକ୍ରମଣ କମୁଥିବାବେଳେ ଦେଶବାସୀ ଆଶ୍ୱସ୍ତ ଲାଭ କରୁଛନ୍ତି । ଏହାସହ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ଲଗାତର ବଢ଼ୁଛି । ଦୀର୍ଘ ତିନି ମାସ ପରେ ଅର୍ଥାତ୍ ୧୦୨ ଦିନରେ ଦେଶରେ କରୋନା ମାମଲା ୪୦ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଦେଶରେ ୩୭,୫୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ଜାରି । ଏବେବି କରୋନା କାରଣରୁ ହେଉଥିବା ମୃତ୍ୟୁ ଚିନ୍ତାର ବିଷୟ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା କାରଣରୁ ୯୦୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏପର୍ୟ୍ୟନ୍ତ ୩.୯୭ ଲକ୍ଷରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇ ସାରିଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୩୧ ପ୍ରତିଶତକୁ ବୃଦ୍ଧି ପାଇଛି ।


