
ଜଟଣୀ,୨୯/୬(ଜିଲ୍ଲା ଖବର ) : ମହାମାରୀ କରୋନା ସମୟରେ ଜଟଣୀର ପୌରାଞ୍ଚଳ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ପାଣ୍ଡବ ଜେନା ଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ଓ୍ବାର୍ଡ଼ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଫାଉଣ୍ଡେସନ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ଉପଦେଷ୍ଟା ସନ୍ତୋଷ ଜେନାଙ୍କ ନେତୃତ୍ବରେ ଜଟଣା ପ୍ରତି ଦିନ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବଣ୍ଟା ଯାଉଛି। କରୋନା ସମୁଖ ଯୋଧାମାନଙ୍କ ସହିତ ଅସହାୟ ଗରିବ, ଦିନ ମଜୁରିଆ ଓ ବୁଲା ଭିକାରି ମାନଙ୍କ ମଧ୍ୟରେ ଏହି ଆହାର ଶ୍ରୀ ଜେନା ଯୋଗାଉଛନ୍ତି । ଆଜି ଚିକେନ୍ ବିରିୟାନି ମଧ୍ୟ ବଣ୍ଟନ କରାଯାଇଅଛି । କଟଣୀ ଅଳର ବୁଲା କୁକୁର ଓ ଗୋରୁ ଗାଈମାନଙ୍କୁ ପ୍ରତିଦିନ ଖାଦ୍ୟ ଦିଆଯାଉଛି । ପାଣ୍ଡବ ଜେନା ଫାଉଣ୍ଡେସନ୍ ତରଫରୁ କଟଣୀ ବ୍ଳକ ଓ ମୁନିସିପାଲିଟି, ଭରବନେଶ୍ଵର ବ୍ଳକ ଓ ଖୋର୍ଦ୍ଧା ବ୍ଲକ ଅଳରେ କୋଭିଡ୍ ରୋଗୀମାନଙ୍କ ଘର ଭିତର ବିନା ମୁଲ୍ୟରେ ସାନିଟାଇଜ କରାଯାଉଛି । ଏଥିସହ ଗରିବ ଅସହାୟ ବ୍ୟକ୍ତିମାନଙ୍କୁ ମାସ୍କ, ସାନିଟାଇଜର୍ ବଣ୍ଟନ କରାଯାଉଅଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ କାର୍ଯ୍ୟକର୍ତ୍ତାମାନେ ପପୁ କୁମାର, ରତିକାନ୍ତ ବେହେରା, ଶୁସାନ୍ତ ସାହୁ, ସନ୍ତୋଷ ସାହୁ, ମୁସାନ୍ତ ପଟ୍ଟନାୟକ, ପ୍ରସାନ୍ତ ପଟ୍ଟନାୟକ, ରବି ମହାପାତ୍ର, ଲିକୁନ ରଣସିଂ, ଆଶିଷ ଦାସ, ରାହୁଲ ବେହେରା ଓ ସର୍ବେଶ୍ବର ଖୁଲାର ପ୍ରମୁଖ ପରିଚାଳନା କରୁଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର ।


