Wednesday, October 14, 2026
Home ଆଞ୍ଚଳିକ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ ଦମ୍ପତି

ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ ଦମ୍ପତି

74

ବାଲିଗୁଡ଼ା , ୨୮/୬ {ସୁକାନ୍ତ କୁମାର ତ୍ରିପାଠୀ} :।କେନ୍ଦ୍ର ଓ ରାଜ୍ୟସରକାର ଜନ ସାଧାରଣଙ୍କ ନିମନ୍ତେ ବହୁ ଯୋଜନା ମାନ କରୁଛନ୍ତି କିନ୍ତୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳ ରେ ସରକାରଙ୍କ ଅନେକ ଯୋଜନା ଅପହଞ୍ଚ ଦୂରରେ ରହୁଛି ପ୍ରଶାସନିକ ଅଧିକାରୀ ହେଉ ଅବା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଚରମ ଅବହେଳା ଯୋଗୁଁ ଅନେକ ଗରୀବ ଓ ଯୋଗ୍ୟ ବିବେଚିତ ବ୍ୟକ୍ତି ସରକାରୀ ଯୋଜନାର ସୁଫଳ ପାଇବାରେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି l ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମର କଟ୍ରିକିଆ ଗାଁର ଲଦ ପ୍ରଧାନ ଓ ରୁନ୍ଦେ ପ୍ରଧାନ ନାମକ ବୃଦ୍ଧ ଦମ୍ପତ୍ତିଙ୍କୁ ସତୁରୀ ଟପିଲାଣି କିନ୍ତୁ ଭତ୍ତା ମିଳୁନାହିଁ l ଗ୍ରାମ ପଞ୍ଚାୟତ ଅଫିସରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା ଫଳ କିଛି ମିଳିଲା ନାହିଁ l ଫୋଟ ପରିଚୟ ପତ୍ରରେ ବୟସ କମ୍ ଥିବାରୁ ଉଭୟ ଦମ୍ପତ୍ତି ଭତ୍ତା ପାଇବାରେ ଅସୁବିଧା ହୋଇଥିବା କଥା ସ୍ବୀକାର କରିଛନ୍ତି ସରପଞ୍ଚ ନନ୍ଦ କିଶୋର ପ୍ରଧାନ ଏନେଇ ସରପଞ୍ଚ ପ୍ରତିକ୍ରିୟାରେ କହିଛନ୍ତି ଯେ ଖୁବ୍ ଶୀଘ୍ର ଉଭୟ ଦମ୍ପତ୍ତିଙ୍କ ବାର୍ଦ୍ଧକ୍ୟ ଭତ୍ତା ଦେବା ବ୍ୟବସ୍ଥା କରାଯିବ |