
ବାଲିଗୁଡା,୨୮/୬{ସୁକାନ୍ତ କୁମାର ତ୍ରିପାଠୀ} : ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ତରଫରୁ ପରିଚାଳିତ ହେଉଥିବା ସଚେତନତା ରଥ ଆଜି ଚକାପାଦ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ କୁମାର ଦାସ ଓ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିବା ବେଳେ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବ୍ରାହ୍ମଣପାଦଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସଞ୍ଜୀବ ସତପଥୀ ଓ ବପିଓ ହର ଗୈାଡ଼ଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି। ଚକାପାଦ ବ୍ଲକର ଉପାନ୍ତ ଅଞ୍ଚଳ ଯଥା ବ୍ରାହ୍ମଣପାଦ, ଚକାପାଦ ଓ ଚାହାଳି ଗ୍ରାମପଞ୍ଚାୟତର ନନ୍ଦିନୀ, ଗଡ୍ରଗାଁ, ଗିସ୍ତିଖୋଲ, ବଞ୍ଜରସାହି, ରଙ୍ଗମାଟିଆ, ଆଦିବାସୀ ସାହି, ଓଡ଼ିଆ ସାହି, ହରିଜନ ସାହି,ରଗାପାଜୁ, ଜିତାଘାଟି ଗ୍ରାମରେ ଲୋକମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର,ପାଇଁ ସଚେତନତା କରିବା ସହିତ। ସରକାରଙ୍କ ଦ୍ଵାରା ମାଗଣାରେ ଟିକା କରଣ ଗ୍ରହଣ କରି ସୁସ୍ଥ ରହିବା ପାଇଁ ଗାଁ ଗାଁରେ ଲୋକମାନଙ୍କୁ ସଚେତନ କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ନିଳମାଧବ ପାତ୍ର, କୈାଶଲ୍ୟା ସାହୁ ତରଣୀସେନ ପ୍ରଧାନ ଓ ଚାହାଳି ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ପ୍ରଧାନ ସାମିଲ ହୋଇଥିଲେ।



