
ବିଷମକଟକ୨୮/୬(ଜିଲ୍ଲା ଖବର)ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ହାଟମୁନିଗୁଡା ପଞ୍ଚାୟତ ଅଧିନ ଡାକଳୁଗୁଡା ଗ୍ରାମର ଅମିତ ସାହୁ ବୟସ(୨୫)ପିତା)ଉଦୟ ସାହୁ ବ୍ରହ୍ମପୁର ରେ ନିଖୋଜ ହୋଇଥିବା ଘଟଣା କୁ ନେଇ ତାଙ୍କ ବଡ଼ ଭାଇ ଆଲୋକ ସାହୁ ବ୍ରହ୍ମପୁର ଥାନା ରେ ଏତଲା ଦେଇଛନ୍ତି।ଖବର ରୁ ଜଣାପଡିଛି ।ଅମିତ ସାହୁ ବ୍ରହ୍ମପୁର ରେ ରହି କାମ କରୁଥିଲେ। ଜୁନ ମାସ ୮ ତାରିଖ ମଙ୍ଗଳବାର ଦିନ ଅମିତ ଘରୁ ବାହାର କୁ ଯାଇଥିଲା ଯେ ଘରକୁ ଆଉ ଫେରି ନଥିଲା। ଘରକୁ ଫେରି ନଥିବାରୁ ଘର ଲୋକେ ଏଣେ ତେଣେ ବହୁତ ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର ଖୋଜ ଖବର କିଛି ମିଳିନଥିଲା। ତେଣୁ ବାଧ୍ୟ ହୋଇ ତାଙ୍କ ପରିବାର ପକ୍ଷରୁ ଜୁଲାଇ୧୩ ତାରିଖ ଦିନ ବ୍ରହ୍ମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ଭିତ୍ତିକରି ଏକ ନିଖୋଜ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅମିତ ଘରୁ ବାହାରକୁ ଯିବା ସମୟରେ ବ୍ଲୁ ରଙ୍ଗର ଜିନ୍ସ ପ୍ୟାଣ୍ଟ ବ୍ଲାକ ରଙ୍ଗର ବାନିଆନ ପିନ୍ଧିଥିଲା ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।



