Home ଆଞ୍ଚଳିକ ଭା.ଜ.ପା ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭା.ଜ.ପା ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

9

ସୁନ୍ଦରଗଡ,୨୮/୬(ଜିଲ୍ଲା ଖବର) : ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ସଦର ସୁନ୍ଦରଗଡ଼ ବ୍ଲକ ଅନ୍ତର୍ଗତ କୁଲଟା ପଂଚାୟତ ର କୁଲଟା ଏବଂ ମଝ।ପଡା ପଂଚାୟତ ଅନ୍ତର୍ଗତ ମଝାପଡ଼ା ଓ ଅମସରଙ୍ଗ। ଗ୍ରାମ ଠାରେ “ବନ ମହୋତ୍ସବ” କାର୍ଯ୍ୟକ୍ରମ କୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଶୁଭାରମ୍ଭ କରିଥିଲେ ।। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆସନ୍ତା ମାସ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ପଂଚ।ୟତ ସ୍ତରରେ ପାଳନ କରାଯିବ ।

ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ସୁଖଲାଲ ମୁଣ୍ଡା, ସାଂସଦ ଙ୍କ ବ୍ଲକ ପ୍ରତିନିଧି ଭେଷଜ ରଥ, ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ସ୍ଵର୍ଣକାର, ରାଜ୍ୟ ମହିଳା ମୋର୍ଚ୍ଚା ର ମହିଳା ସଶକ୍ତିକରଣ ସହସଂଯୋଜିକା ମିନା ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନୀଳକଣ୍ଠ ସା, ପବନ ବାଗ, ମଣ୍ଡଳ ସଭାପତି ହେମନ୍ତ କିଷାନ, ମଝ।ପଡ଼ା ସରପଞ୍ଚ ରମାକାନ୍ତ ପ୍ରଧାନ,ମଣ୍ଡଳ ସାଧାରଣ ସମ୍ପାଦକ କୈଳାଶ ବର୍ତିଆ, ରାଜେନ ଶେଖର ଦେଓ, ବରୁଣ ସାହୁ, କାର୍ତ୍ତିକ ସେଠ, ପ୍ରକାଶ ଅଗ୍ରୱାଲ, ଗୌତମ ନାଏକ, ଗଜମତି ସେଠ, ସବିତା ସେଠ, ଅଞ୍ଜଳି ଦୁବେ, ସତ୍ୟଭାମା ପ୍ରଧାନ,ସୁଶୀଳା କାଲୋ ସମେତ ବହୁ ଭା.ଜ.ପା ସ୍ଥାନୀୟ କାର୍ଯ୍ୟକର୍ତା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ। ପ୍ରମୁଖ ସାମିଲ ହୋଇଥିଲେ ।

ରିପୋର୍ଟ, ବିଶ୍ବରଂଜନ ହୋତା