Wednesday, November 11, 2026
Home ଆଞ୍ଚଳିକ ରାଜ୍ୟରେ ସଂକ୍ରମଣ ତଳ ମୁହାଁ: ସିବିକେ ମହାନ୍ତି

ରାଜ୍ୟରେ ସଂକ୍ରମଣ ତଳ ମୁହାଁ: ସିବିକେ ମହାନ୍ତି

16

ଭୂବନେଶ୍ବର,୨୮/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ସଂକ୍ରମଣ ତଳ ମୁହାଁ । କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ, କିଛି ଜିଲ୍ଲାରେ ହ୍ରାସ ପାଉଛି । ମହାମାରୀରେ ଏକା ସଙ୍ଗେ ସଂକ୍ରମଣ ଥମିବ ବୋଲି ଦେଖାଯାଇନାହିଁ ।

4-5ଟି ଜିଲ୍ଲାରେ ସଂକ୍ରମଣ ବଢୁଥିବା ହେତୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ହେଉଛି ।

ଫଳରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ ଉଠିବ କି ନାହିଁ ନିଷ୍ପତ୍ତି ନିଆଯିବ । ୫% କମ ଥିବା ଜିଲ୍ଲାରେ କଟକଣା କୋହଳ କରାଯାଇପାରେ ।

ସେପଟେ ଡେଲଟା ପ୍ଲସ ଚିହ୍ନଟ ଦେବଗଡ଼ର ଆକ୍ରାନ୍ତଙ୍କ ବାବଦରେ କୌଣସି ସ୍ପଷ୍ଟ ଚିତ୍ର ଜଣାପଡ଼ିନଥିବା ସେ କହିଛନ୍ତି । ଦେବଗଡ଼ ଯାଇଥିବା ଟିମ୍ ଆସିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ।