
ନୂଆଦିଲ୍ଲୀ, ୨୮/୦୬/୨୧ (ଜିଲ୍ଲା ଖବର) : ସୁପ୍ରିମକୋର୍ଟଙ୍କ ମେ 31 ତାରିଖର ଆଦେଶ ଅନୁସାରେ ଟୀକା ନୀତି ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜ ନିଜର ସତ୍ୟପାଠ ଦାଖଲ କରିଛନ୍ତି। ନିକଟରେ କେନ୍ଦ୍ର ସରକାର ସବୁ ରାଜ୍ୟର ଟୀକାକରଣ ସ୍ଥିତି ଏବଂ କେନ୍ଦ୍ର ର ନୀତି ବିଷୟରେ ସତ୍ୟପାଠ ଦାଖଲ କରିଥିଲେ। ଓଡିଶାକୁ ଜୁଲାଇ ମାସରେ 40 ଲକ୍ଷ ଟୀକା ମିଳିବ ବୋଲି କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଜଣାଇଛନ୍ତି।
ସେହିପରି କୋଭିଡ୍ ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।ସତ୍ୟପାଠରେ କୁହାଯାଇଛି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅପରେସନାଲ ଗାଇଡଲାଇନ୍ସ ଅର୍ନ୍ତଗତ ତ୍ବରାନ୍ନିତ କରାଯାଉଛି।
ରାଜ୍ୟ ସରକାରଙ୍କ ଦ୍ବାରା ମାର୍ଚ୍ଚ ୩୦,୨୦୨୧ରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ପତ୍ରଲେଖାଯାଇ ଅତ୍ୟାବଶ୍ୟକ ଜରୁରୀ ସେବା ଯୋଗାଉଥିବା ବିଦ୍ୟୁତ କର୍ମଚାରୀ, ଜଳ ଯୋଗାଣ କର୍ମଚାରୀ ଓ ପରିବହନ କର୍ମଚାରୀଙ୍କୁ କରୋନା ଯୋଧାଭାବେ ଟିକାକରଣରେ ସାମିଲ କରାଯିବାକୁ ନେଇ ସୁଚିତ କରାଯାଇଥିବାର ସତ୍ୟପାଠରେ କୁହାଯାଇଛି।
ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ୨୩ ପୂଷ୍ଠାର ସତ୍ୟପାଠରେ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଗଧାଡିର କରୋନା ଯୋଧାଭାବେ ଘୋଷଣାକରିବା ସହିତ ସମସ୍ତ ସ୍ବୀକୂତପ୍ରାପ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କର କୋଭିଦ-୧୯ ଟିକାକରଣ କରାଇବା ନିଷ୍ପତି ନେଇଥିବାର ଉଲ୍ଲେଖ କରିଛନ୍ତି।
ସତ୍ୟପାଠରେ ରାଜ୍ୟ ସରକାର ମେ,୧୩,୨୦୨୧ରେ ଜଙ୍ଗଲ ବିଭାଗର କର୍ମଚାରୀ ଓ ସମସ୍ତ ଫରେଷ୍ଟ ଗାର୍ଡ,ବ୍ୟାଙ୍କିଂ କର୍ମଚାରୀ,ବୀମା କଂପାନୀ,ଏନସିପିଆଇ ପେମେଣ୍ଟ କର୍ମଚାରୀ, ଭେଣ୍ଡର, କ୍ୟାସ ଲଜିଷ୍ଟିକ କଂପାନୀ,କ୍ୟାସ ଇନ ଟ୍ରାନଜିଟ କଂପାନୀ,ବ୍ୟାଙ୍କିଂ କରେସପଣ୍ଡେନସ୍,ଏଟିଏମ୍ ରକ୍ଷଣାବେକ୍ଷଣା କର୍ମଚାରୀ,ରେଲୱେ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ,ଚାଇଲ୍ଡ ଲାଇନ କର୍ମଚାରୀ,ୱାନ ଷ୍ଟପ ସେଣ୍ଟର,ଶିଶୁ ଯତ୍ନ କେନ୍ଦ୍ର ଓ ୧୮୧ ହେଲ୍ପଲାଇନ କର୍ମଚାରୀ,ଅକ୍ସିଜେନ ପ୍ଲାଣ୍ଟ କର୍ମଚାରୀ, ଫିଲିଂ ଷ୍ଟେସନ ଓ କଲ ସେଣ୍ଟର କର୍ମଚାରୀଙ୍କୁ ଆଗଧାଡି କରୋନା ଯୋଧା ଭାବେ ଗ୍ରହଣ କରି ଟିକାକରଣରେ ଅଗ୍ରାଧିକାର ଦିଆଯିବା ନେଇ ନିଷ୍ପତ୍ତି ନେଇଥିବାର ଦର୍ଶାଇଛନ୍ତି।
ମେ 31 ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ କୋଭିଡ ନୀତି ଏବଂ ଟୀକାକରଣ ନେଇ ବର୍ତ୍ତମାନ ସୁଦ୍ଧା ହୋଇଥିବା ସମସ୍ତ ନୀତି ସତ୍ୟପାଠ ଜରିଆରେ 2 ସପ୍ତାହ ମଧ୍ୟରେ ରଖିବାକୁ କହିଥିଲେ। ମମାଲର ଆଗାମୀ ଶୁଣାଣି ଆଉ ଦୁଇ ଦିନ ପରେ ରହିଛି। ଏହି ସତ୍ୟପାଠ କୁ ସୁପ୍ରିମକୋର୍ଟ ଶୁଣାଣି କରିବେ |


