Sunday, November 15, 2026
Home ଆଞ୍ଚଳିକ ଆକ୍ଟିଂ ପାଇଁ ପାଠପଢା ଛାଡିଲେ ବାବିଲ ଖାନ୍

ଆକ୍ଟିଂ ପାଇଁ ପାଠପଢା ଛାଡିଲେ ବାବିଲ ଖାନ୍

13

ନୂଆଦିଲ୍ଲୀ,୨୮/୦୬/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ ବଲିଉଡର ଲୋକପ୍ରିୟ ଅଭିନେତା  ଇରଫାନ ଖାନଙ୍କ ପୁଅ ବାବିଲ ଖାନ । ସେ ସବୁବେଳେ ପିତା ଇରଫାନ ଖାନଙ୍କ ସହ ଯଡିତ ଫଟୋ,ଭିଡିଓ ସେୟାର କରନ୍ତି । ନିକଟରେ ବାବିଲ ଇନଷ୍ଟାରେ ଏକ ପୋଷ୍ଟ ସେୟାର  କରିଛନ୍ତି । ଯେଉଁଥିରେ ସେ ଆକ୍ଟିଂ ପାଇଁ ପାଠପଢା ଛାଡିଥିବା ଜଣା ପଡୁଛି । ସେ ପୋଷ୍ଟ ସେୟାର କରି କଲେଜ ଡ୍ରପ ଆଉଟ କରିଥିବାର ସୂଚନା ଦେଇଛନ୍ତି । ଏହା ସହିତ ସେ କିଛି ଫଟୋ ମଧ୍ୟ ସେ ସେୟାର କରିଛନ୍ତି । ଯେଉଁଥିରେ ସେ ସୁଟ କରୁଥିବା  ଦେଖିବାକୁ ମିଳୁଛି ।

ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଯେ, ‘ତୁମେ ମୋର ବହୁତ ମନେ ପଡିବ ସାଙ୍ଗ ମାନେ । ମୁମ୍ବାଇରେ ମୋର ଏକ ଛୋଟ ସର୍କଲ ଅଛି । ଯେଉଁଥିରେ ୨-୩ ସାଙ୍ଗ ଅଛନ୍ତି । ଏକ ଅଜଣା ଜାଗାରେ ତୁମେ ମତେ ନିଜର ଭଳି ଅନୁଭବ କରାଇଲ ।  ଧନ୍ୟବାଦ । ମୁଁ ତୁମକୁ ବହୁତ୍ ଭଲପାଏ । ଆଜି ମୁଁ ଡ୍ରପ୍ ଆଉଟ କରୁଛି । କାହିଁକି ନାଁ ଏବେ ମୁଁ ମୋର ଆକ୍ଟିଂ ପାଇଁ ସବୁକିଛି କରିବାକୁ ଯାଉଛି । WESTMINSTER UNIVERSITY ଅଲବିଦା । ଗୁଡବାଏ ।  ସାଙ୍ଗମାନେ, ସତରେ ମୁଁ ତୁମ ମାନଙ୍କୁ ବହୁତ୍ ଭଲପାଏ ।

ସୂଚନାଯୋଗ୍ୟ : ବାବିଲ ନେଟଫ୍ଲିକ୍ସ  ଓ୍ବେବ ସିରିଜ ‘Qala’  ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।