Wednesday, October 14, 2026
Home ଅପରାଧ ଜିଏସଟି ଠକେଇ ଅଭିଯୋଗ; ଆଇରନ ସ୍କ୍ରlପ ବ୍ୟବସାୟୀ ଗିରଫ

ଜିଏସଟି ଠକେଇ ଅଭିଯୋଗ; ଆଇରନ ସ୍କ୍ରlପ ବ୍ୟବସାୟୀ ଗିରଫ

8

ଭୁବନେଶ୍ୱର, ୨୮/୦୬/୨୧ (ଜିଲ୍ଲା ଖବର) :  ୧୦ କୋଟିର ଜିଏସଟି ଠକେଇ ଅଭିଯୋଗରେ ଆଇରନ ସ୍କ୍ରlପ ବ୍ୟବସାୟୀ ଗିରଫ  । ସ୍ମୃତିରଞ୍ଜନ ସାହୁକୁ ବିଜେବି ନଗର ସ୍ଥିତ ଘରୁ ପୋଲିସ ସହାୟତାରେ ଗିରଫ କଲା ଷ୍ଟେଟ ଜିଏସଟି ।  7 ଟି ନକଲି ଫାର୍ମ କରି ସେ ବର୍ଷ ବର୍ଷ ଧରି ଜିଏସଟି ଠକି ଆସିଥିଲେ ।

ରିକ୍ସା ଚାଳକ, ଛାତ୍ର ଆଦି  ଲୋକଙ୍କ ନାମରେ ସେ ଫାର୍ମ କରି ଜିଏସଟି ଫାଙ୍କି ଥିଲେ । ବାର୍ଷିକ ଟର୍ଣ୍ଣ ଓଭର୍ 40 କୋଟି ଥିବା ସେ ଦର୍ଶାଇଛନ୍ତି ବୋଲି ଜିଏସଟି ଅଧିକାରୀ କହିଛନ୍ତି ।  ଷ୍ଟେଟ ଜିଏସଟି ଖୋଳତାଡ କରିବା ପରେ ଆଇରନ ସ୍କ୍ରାପ ବ୍ୟବସାୟୀ ଗିରଫ ହୋଇଥିବା ଜଣାପଡିଛି ।