Thursday, November 12, 2026
Home ଆଞ୍ଚଳିକ ସ୍ଵାସ୍ଥ୍ୟ ପାଇଁ ଉପକାରୀ ସୋୟା କ୍ଷୀର

ସ୍ଵାସ୍ଥ୍ୟ ପାଇଁ ଉପକାରୀ ସୋୟା କ୍ଷୀର

7

୨୮/୦୬/୨୧ (ଜିଲ୍ଲା ଖବର) : କ୍ଷୀର ସ୍ଵାସ୍ଥ୍ୟ ପାଇଁ ବହୁତ ଉପକାରୀ । ଏଥିରେ ଅନେକ ଉପକାରୀ ପୋଷକ ତତ୍ବ ଭରି ରହିଥାଏ । ସବୁ ବୟସର ଲୋକଙ୍କ ପାଇଁ ଏହା ବହୁତ୍ ଉପକାରୀ ।  କ୍ଷୀରକୁ ବିଭିନ୍ନ ଉପାୟରେ ସେବନ କରାଯାଇଥାଏ  । କେହି କେହି ହଳଦୀ ପକାଇ କ୍ଷୀର ସେବନ କରି ଥାଆନ୍ତି ତ ,ପୁଣି କେହି ମିଲ୍କସେମ୍ ପ୍ରସ୍ତୁତ କରି । ଏମିତି ସମସ୍ତେ ନିଜ ନିଜ ମନ ପସନ୍ଦ ଅନୁଯାୟୀ ଏହାକୁ ସେବନ କରି ଥାଆନ୍ତି । ଏହା  ସେବନ କରିବା ଦ୍ବାରା ଅନେକ ରୋଗରୁ ମୁକ୍ତ ମିଳିଥାଏ ।  ସାଧାରଣତଃ ବଜାରରେ ଅନେକ ପ୍ରକାରର କ୍ଷୀର ମିଳିଥାଏ । ତା ମଧ୍ୟରୁ ସୋୟା କ୍ଷୀର  ସ୍ଵାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୋୟା କ୍ଷୀରର ସ୍ଵାସ୍ଥ୍ୟ ଉପକାରୀତା ସମ୍ପର୍କରେ ।    

-ସୋୟା କ୍ଷୀରରେ ଅଧିକ ପୋଷକ ତତ୍ବ ଭର ରହିଥାଏ ।

-ସୋୟା କ୍ଷୀରରେ  କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ । କ୍ୟାଲୋରୀର ମାତ୍ରା କମ୍ ରହିଥାଏ ।  

-ଏହି କ୍ଷୀରରେ ମିଳୁଥିବା ଆଣ୍ଟି-କର୍କିନୋଜେନିକ ଗୁଣ କ୍ୟାନ୍ସର ଆଶଙ୍କା କମ୍ କରିଥାଏ । ପ୍ରତିଦିନ ଗୋଟେ ଗ୍ଲାସ ସୋୟା କ୍ଷୀର ପିଇବା ଦ୍ବାରା, ଶରୀରକୁ ପ୍ରଚୁର ପୋଷକ ତତ୍ବ ମିଳିଥାଏ ।

-ରକ୍ତ ଅଭାବକୁ ଦୂର କରେ ସୋୟା କ୍ଷୀର । ଏଥିରେ ଆଇରନର ପରିମାଣ ଅଧିକ ରହିଥାଏ ।

-କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରେ ସୋୟା କ୍ଷୀର ।

-ହୃତପିଣ୍ଡକୁ ସୁସ୍ଥ ରଖେ ଏହି  କ୍ଷୀର ।

-ପ୍ରତିଦିନ ସୋୟା କ୍ଷୀର ସେବନ କରିବା ଦ୍ବାରା, ଏହା ଥକ୍କାପଣ ଦୂର କରିବା ସହିତ ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ  ।