Monday, November 16, 2026
Home ଆଞ୍ଚଳିକ ବଜାରରେ ଉପଲବ୍ଧ ହେବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2 ଡିଜି

ବଜାରରେ ଉପଲବ୍ଧ ହେବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2 ଡିଜି

7

୨୮/୦୬/୨୧ (ଜିଲ୍ଲା ଖବର) :  ଏଣିକି ବଜାରରେ ଉପଲବ୍ଧ ହେବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2 ଡିଜି ।  ଡଃ. ରେଡ୍ଡୀ ଲାବୋରେଟୋରୀ ପକ୍ଷରୁ ଏନେଇ  ଘୋଷଣା କରାଯାଇଛି । ବର୍ତ୍ତମାନ ଏହାର ଦାମ୍ ରହିଛି 990 ଟଙ୍କା । ମେ 1 ରେ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

ଡଃ  ରେଡ୍ଡୀ ଲାବୋରେଟୋରୀ 2 ଡିଜି ଔଷଧ ଭାରତର ପ୍ରମୁଖ ସରକାରୀ ତଥା ଘରୋଇ ଡାକ୍ତରଖାନାକୁ ଯୋଗାଇ ଦେବେ । ପ୍ରଥମ ସପ୍ତାହରେ  କମ୍ପାନୀ ମେଟ୍ରୋ ସହର ଗୁଡିକୁ ସହର ହସ୍ପିଟାଲ ଗୁଡିକୁ ଏହି ଔଷଧ ଯୋଗାଇବ ।  ଏବଂ ପରବର୍ତ୍ତୀ ସମୟରେ ଭାରତର ଅନ୍ୟ ଅଞ୍ଚଳକୁ କମ୍ପାନୀ ଏହି ମେଡିସିନ ଯୋଗାଇବ ।  ଡ-ରେଡ୍ଡୀଙ୍କ ଦ୍ୱାରା ନିର୍ମିତ 2-ଡିଜିର ଶୁଦ୍ଧତା 99.5 ପ୍ରତିଶତ ରହିଛି ।

ଡିଆରଡିଓ ସେକ୍ରେଟାରୀ କହିଛନ୍ତି ଯେ, ଡଃ ରେଡ୍ଡୀ ଭଳି କମ୍ପାନୀ ସହ କାର୍ଯ୍ୟ କରି ଆମେ ବେଶ ଖୁସି ଅଛୁ ।  କରୋନା ମହାମାରୀ  ଲଢେଇରେ ଡିଆରଡିଓ ସାମିଲ ହୋଇଛି । ଯାହାକୁ ନେଇ ଆମେ ବେଶ ଆନନ୍ଦିତ ।