
ଭୁବନେଶ୍ୱର,୨୮/୦୬/୨୧ (ଜିଲ୍ଲା ଖବର) : ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି। ବଡ଼ ବଡ଼ କଲେଜରେ ଛାତ୍ରଛାତ୍ରୀଙ୍କ ଇଚ୍ଛା ଅଛି ପଢିବାକୁ। ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି ହେବ। ୬ଲକ୍ଷ ୩,୧୧୩ ସିଟ ଅଛି ନାମଲେଖା ପାଇଁ। ତା ବ୍ୟତୀତ କଲେଜକୁ ଆଧାର କରି ସିଟ ବୃଦ୍ଧି ହେବ। ଏହାସହ ଜୁଲାଇ ୩୧ ସୁଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଧା ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି। ପୂର୍ବରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲୁ।
କରୋନା ଯୋଗୁ ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇନି । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ୯୭ ପ୍ରତିଶତରୁ ଅଧିକ ପାସ୍ ହାର ଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିସନରେ ସମସ୍ୟା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି ।


