
ନୂଆଦିଲ୍ଲୀ : ଫିଲ୍ମ ଇଣ୍ଡଷ୍ଟ୍ରି ଡ୍ରଗ୍ସ ମାମଲା ଥମିବାର ନାଁ ଧରୁ ନାହିଁ । ନାସିକର ଇଗତପୁରୀରେ ରେଭ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥିରେ ମରାଠୀ ଫିଲ୍ମର ଅଭିନେତ୍ରୀବି ସାମିଲ ଥିଲେ ।
ମରାଠୀ ବିଗବସ ସିଜିନ ୨ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ଏବଂ ମରାଠୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ହିନା ପାଞ୍ଚାଳ । ଶନିବାର ବିଳମ୍ବିତ ରାତିରେ ପୁଲିସ ସୂଚନା ପାଇ ଉକ୍ତ ପାର୍ଟିରେ ଚଢାଉ କରିଥିଲା । ଏହାପରେ ପାର୍ଟିରେ ମଦ୍ୟପାନ ଏବଂ ଡ୍ରଗ୍ସ ନେଉଥିବା ୨୨ ଜଣ ଲୋକଙ୍କୁ ଗିରଫ କରିଛି ପୁଲିସ । ଏଥିରେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନା ପାଞ୍ଚାଳଙ୍କ ସମେତ, ସାଉଥ ଫିଲ୍ମରେ କାମ କରୁଥିବା ୫ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
ପୁଲସ ପାର୍ଟିରେ ଚଢାଉ କରିବା ସମୟରେ ହିନା ପାଞ୍ଚାଳଙ୍କ ସମେତ ଅନେକ ଯୁବକ, ଯୁବତୀ ନିଶାରେ ମସଗୁଲ ରହି ନାଚୁଥିଲେ । ହୁକ୍କା,ଗଞ୍ଜେଇ ଓ ଡ୍ରଗ୍ସ ପାଉଡର ବ୍ୟବହାର କରୁଥିଲେ । ଏହାପରେ ପୁଲିସ ସେମାନଙ୍କୁ ଗିରଫ କରିବା ସହିତ, ସମସ୍ତ ନିଶା ଦ୍ରବ୍ୟ ଜବଦ କରିଛି ।





