
ନୂଆଦିଲ୍ଲୀ,୨୮/୦୬/୨୧ (ଜିଲ୍ଲା ଖବର) : ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚୀନ୍ ସୀମାକୁ ସଂଯୋଗ କରୁଥିବା ରାସ୍ତାରେ ନୂତନ ନିର୍ମାଣ ହୋଇଥିବା ଚାରିଟି ସେତୁକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ କରିବେ। ଏଥିମଧ୍ୟରେ ଗୋଟିଏ ସ୍ପାନ୍ ବ୍ରିଜ୍ ଏବଂ ତିନୋଟି ବେଲି ବ୍ରିଜ୍ ଅନ୍ତର୍ଭୁକ୍ତ |
ସାମରିକ ଦୃଷ୍ଟି ରୁ ଗୁରୁତ୍ୱପୂର୍ଣ୍ଣ ଚାରିଟି ସେତୁ ଚୀନ୍ ସୀମାରେ ପହଞ୍ଚିବା ସହଜ କରିବ, ଏଥିସିତ ଯିବାଆସିବା ରେ ସୀମାନ୍ତର ଲୋକଙ୍କ ସହଜ ହେବ । BRO ର ଡାଇମଣ୍ଡ ପ୍ରୋଜେକ୍ଟର ମୁଖ୍ୟ ଇଞ୍ଜିନିୟର MNV ପ୍ରସାଦ କହିଛନ୍ତି ଯେ 6.5 କୋଟି ଟଙ୍କା ବ୍ୟୟରେ 70 ମିଟର ଲମ୍ବର ସ୍ପାନ ବ୍ରିଜ ନିର୍ମାଣ କରାଯାଇଛି।


